Masthead

ଆଇଆଇସିଙ୍କୁ ପିଟିଲେ ଲୋକେ

ସୋରୋ (ବଡ଼ ଖବର ବ୍ୟୁରୋ): ଆଇଆଇସିଙ୍କୁ ପିଟିଲେ ଲୋକେ । ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତିତର୍କ ପରେ ମାଡ଼ । ରାସ୍ତା ଅବରୋଧ କରି ଖେଳ ଦେଖୁଥିଲେ ଲୋକେ । ଆଇଆଇସି ବାରଣ କରିବାକୁ ମାଡ଼ ମାରିଥିବା ଅଭିଯୋଗ । ଗତକାଲି ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଥିବାରୁ ଲୋକମାନେ ରାସ୍ତା ଅବରୋଧ କରି ପ୍ରୋଜେକ୍ଟର ଲଗେଇ କ୍ରିକେଟ ମ୍ୟାଚ ଦେଖୁଥିଲେ ।

ସୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ରାସ୍ତା ଅବରୋଧ କାହିଁକି କରି କ୍ରିକେଟ ମ୍ୟାଚ ଦେଖୁଛ ବୋଲି ପଚାରିବାରୁ କ୍ରିକେଟ ମ୍ୟାଚ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ସୋର ପୋଲିସକୁ ନାନାପ୍ରକାର ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ସୋର ଥାନା ଅଧିକାରୀଙ୍କୁ ମାଡ ମାରିବାକୁ ପଛେଇ ନଥିଲେ । ଫଳରେ ସୋର ପୋଲିସ ରାଗିଯାଇ କ୍ରିକେଟ ମ୍ୟାଚ ଦେଖୁଥିବା ଲୋକଙ୍କୁ ବିଚ୍ ରାସ୍ତା ଉପରେ ଘୋଷାରି ନିସ୍ତୁକ ମାଡ଼ ମାରିଥିଲା । କ୍ରିକେଟ ଖେଳ ଦେଖୁଥିବା ଲୋକଙ୍କୁ ମଧ୍ୟରୁ ୫ଜଣଙ୍କୁ ସୋର ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ସୋରରେ ଆଇନ ଶୃଙ୍ଖଳା ପରିସ୍ଥିତି ଚରମସୀମାରେ ପହଂଚି ସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ