Masthead

କରୋନା ଭାଙ୍ଗିଦେଲା ସୁଖ ସପନ

ରାଜକନିକା (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ମାସଠାରୁ କରୋନା ସମଗ୍ର ଓଡ଼ିଶାକୁ କବଳିତ କରିଛି। ଏହି ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ଲାଗି ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି । ଏମିତିକି ବିଭିନ୍ନ ପୂଜା ପର୍ବାଣ ପାଳନ ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି। ଏହା ଭିତରେ ଲଘୁଚାପ, ବାତ୍ୟା ଓ ବନ୍ୟା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାବାସୀଙ୍କୁ ହତାଶ କରିଛି । ଏହାର ଭିତରେ ସବୁଠାରୁ ଅଧିକ କ୍ଷତିର ଶିକାର ହୋଇଛନ୍ତି ରାସ୍ତାକଡ଼ରେ ବିଭିନ୍ନ ବେପାର କରି ପରିବାର ପୋଷୁଥିବା ବ୍ୟବସାୟୀମାନେ । ଲକଡାଉନ, ସଟଡାଉନ ପରେ ସରକାର ବଜାର ଘାଟ ଖୋଲିବା ପାଇଁ ଅନୁମିତ ଦେବା ପରେ ଏହି ଉଠାଦୋକାନୀମାନେ ସବୁଠୁ ଅଧିକ ଖୁସି ହୋଇଥିଲେ । ଭାବିଥିଲେ ଦୀପାବଳିର ସରକାର କଟକଣା କୋହଳ କରିବେ, ଆଉ ଦୀପାବଳିରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବେ । କିନ୍ତୁ ସେତକ ବି ହେଲାନି। ସରକାରଙ୍କର କୋଭିଡ୍ କଟକଣା ଦୀପାବଳିରେ ବି କଠୋର ହେଲା । ବାଣ ବେପାର ଉପରେ ରୋକ ଲାଗିଲା। ତେବେ ବାଣ ନହେଲା ନାହିଁ ଦୀପ, ମହମବତି ବିକି କିଛି ରୋଜଗାର କରିବାକୁ ଆଶା ବାନ୍ଧିଥିଲେ ବ୍ୟବସାୟୀ । ସେମାନେ ଧାର କରଜ କରି ଜିନିଷ କିଣିଲେ, ଦୋକାନ ବି ଦେଲେ, ହେଲେ ସେତକ ବିକ୍ରିହବା କାଠିକର ପାଠ ହେଇଛି। କରୋନା ଭୟରେ ଲୋକମାନେ ସେତକ ବି କିଣୁ ନାହାନ୍ତି। କେମିତି ପରିବାର ଚଳିବ ସେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଏହି କ୍ଷୁଦ୍ର ବ୍ୟବସାୟୀମାନେ। ସତେ ଯେମିତି ସରକାରୀ କଟକଣା ବାଙ୍ଗି ଦେଇଛି ଏହି ବ୍ୟବସାୟୀମାନଙ୍କର ଆର୍ଥିକ ମେରୁଦଣ୍ଡ। ସଳଖୀ ଚାଲିବା ପାଇଁ ଆଉ ଶକ୍ତି ନ ଥିବା କହିଛନ୍ତି ଏମିତି କିଛି ବ୍ୟବସାୟୀ। ତେବେ କେବେ ସରକାର ଏହି କଟକଣାକୁ ହଟାଇବେ ତାକୁ ହିଁ ଅପେକ୍ଷା କରିଛନ୍ତି ଏହି ବ୍ୟବସାୟୀମାନେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ