Masthead

(ଅ!)ସମ୍ମାନ..ଟ୍ରେଜେରିରେ ସିଲ୍

ରାୟଗଡ଼ (ବଡ଼ ଖବର ବ୍ୟୁରୋ):  ରାୟଗଡ଼ ପୌର ପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପରେ ପରେ ନିରାଶ ହୋଇଥିବା ବିଜେଡି ଶେଷକୁ କୋର୍ଟରୁ ରହିତା ଦେଶ ଆଣିବାରେ ସକ୍ଷମ ହୋଇ ଆଶ୍ୱସ୍ତ ହେବାକୁ ପଡ଼ିଛି । ମତଦାନ ପରେ ବିଜେଡିର (ଅ!)ସମ୍ମାନ ଟ୍ରେଜେରିରେ ସିଲ୍ ହୋଇ ରହିଛି । କୋର୍ଟ ନିଦେ୍ର୍ଦଶ ପରେ ହିଁ ଟ୍ରେଜେରିରେ ବନ୍ଦ ଥିବା ବିଜେଡିର ଭାଗ୍ୟ ଖୋଲିବ । ତେବେ ରୋଚକ ସ୍ଥିତି ହେଲା ୨୫ ବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ନେତା, ବିଶ୍ୱସ୍ତରୀୟ ସୁନାମ ଆଣିଥିବା

ନବୀନ ପଟ୍ଟନାୟକଙ୍କୁ ଚାଲେଞ୍ଜ୍ ଦେଇଦେଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ । ବିଜେଡି ଚିହ୍ନରୁ ବିଜେତା ଉପାଧ୍ୟକ୍ଷାଙ୍କ ବିରୋଧରେ ପ୍ରଥମେ ଅନସ୍ଥା ପ୍ରସ୍ତାବ ଆଣିଲେ । ନିର୍ବାଚନ ମଧ୍ୟ କରାଇଦେଲେ । ବିଜେଡିକୁ ନିଜ ଦଳର ଲୋକଙ୍କ ଉପରେ ଆଉ ଭରସା ପାଇଲା ନାହିଁ । ନିରାଶ ହୋଇ ହୁଇପ୍ର ଶରଣ ପଶିଥିଲେ । କିନ୍ତୁ ଯାହା ଜଣାପଡ଼ୁଛି ଦିନ ତମାମ ଛକାପନ୍ଝା ପରେ ଅନାସ୍ଥାରେ ପ୍ରସ୍ତାବରେ ଭୋଟ ଦେବାକୁ ଆସିଥିବା ୧୯ ଜଣ ମତଦାନ କେନ୍ଦ୍ରରେ ପହଞ୍ଚି ବିଜେଡିକୁ କି ପ୍ରକାର (ଅ!)ସମ୍ମାନ ଦେଲେ; ଯେଉଁଥିରେ ବିଜେଡି ଆଗତୁରା କୋର୍ଟ ରହିତାଦେଶ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସଫଳ ହୋଇଗଲେ । ତେବେ ଭୋଟ ପେଟି ଖୋଲିବା ପର୍ଯ୍ୟନ୍ତ ଇଜ୍ଜତ ବଞ୍ଚିଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼