Masthead

ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆସନ୍ତା ଦୁଇ ସପ୍ତାହ ଯାଏ ପ୍ରଚଣ୍ଡ ଥଣ୍ଡାରୁ ନିସ୍ତାର ନାହିଁ । ସ୍ୱାଭାବିକ ତାପମାତ୍ରାଠାରୁ ପାଖାପାଖି ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା । ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଆଗାମୀ ୭ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଶୁକ୍ରବାର ସୁନ୍ଦରଗଡ଼, ଜଗତ୍ସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ଫୁଲବାଣୀରେ ୪ ଡିଗ୍ରୀ, ରାଉରକେଲାରେ ୫ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୬ ଡିଗ୍ରୀ, ନବରଙ୍ଗପୁର, କେନ୍ଦୁଝର ଓ ଅନୁଗୁଳରେ ୮ ଡିଗ୍ରୀ ରହିବ ବୋଲି ବିଭାଗ ପୂର୍ବାନୁମାନ ଦେଇଛି । ଅର୍ଥାତ୍ ଆଗକୁ ବି ବାଘୁଆ ଶୀତ, କଲବଲ କରିବ । ବୁଧବାର ଶିମିଳିପାଳ ଜଙ୍ଗଲରେ ଶୂନ ଡିଗ୍ରୀ ଛୁଇଁଥିଲା ସର୍ବନିମ୍ନ ତାପମାତ୍ରା । ଜି ଉଦୟଗିରିରେ ୨.୫ ଡିଗ୍ରୀ ସେଲସିୟସ । ୨୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ।

ସେମିଳିଗୁଡ଼ାରେ ୩.୨, ଫୁଲବାଣୀରେ ୫ ଡିଗ୍ରୀ, ରାଉରକେଲାରେ ୫.୪, ଝାରସୁଗୁଡ଼ାରେ ୫.୮, ଦାରିଙ୍ଗବାଡ଼ିରେ ୬, ଭବାନୀପାଟଣା ଓ ନବରଙ୍ଗପୁରରେ ୭, କିରେଇରେ ୭.୨, ଚିପିଲିମାରେ ୭.୫, ଅନୁଗୁଳରେ ୭.୮ ଡିଗ୍ରୀ ରହିଥିଲା । ଏଥର ଶୀତ ଋତୁରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ପାରଦ ୯ ଡିଗ୍ରୀ ଛୁଇଁଛି । ଜାନୁୟାରୀ ମାସରେ ଚଚୁର୍ଥ ଥର ପାଇଁ ରାତି ତାପମାତ୍ରା ଏଭଳି ସର୍ବନିମ୍ନ ସ୍ତରକୁ ଖସିଛି । ୧୯୫୨ ମସିହା ଜାନୁୟାରୀ ୩ ତାରିଖରେ ରାତି ତାପମାତ୍ରା ୯.୪ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ କମ୍ ଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୫.୯, ବାଲେଶ୍ୱରରେ ୪.୩ କଟକରେ ୩.୯, ଭବାନୀପାଟଣାରେ ୩.୮, କୋରାପୁଟରେ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ