Masthead

ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ  କଳିକେଶ ନାରାୟଣ ସିଂହଦେଓ। କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା।ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ସେପଟେ ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ର ଉପସ୍ଥିତ ଥିବା ଜଣାପଡିଛି। କଳିକେଶଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ ଏବେ ଜିଲା ଭିତରେ ବିରୋଧ କରାଯାଉଛି। ଜିଲା ଭିତରୁ କଳିକେଶଙ୍କ ବିରୋଧରେ କିଛି ନେତା ବାହାରିଥିବାବେଳେ ଜିଲା ବାହାରୁ ତାଙ୍କୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ନବୀନ ନିବାସରୁ ବାହାରି କଳିକେଶଙ୍କ ପୟତିକ୍ରିୟା ରଖିଛନ୍ତି । କହିଛନ୍ତି ଲୋକଙ୍କ ସମସ୍ୟା ନେଇ ନବୀନଙ୍କୁ ଭେଟିଥିଲି । ଭୁବନେଶ୍ୱରରେ ଥିବାରୁ ନବୀନ ନିବାସ ଆସିଥିଲି । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି । ନବୀନବାବୁ ଥିବା ଯାଏଁ ଅନ୍ୟ ନେତୃତ୍ୱର ପ୍ରଶ୍ନ ଉଠୁନି । ବହୁତ ଦିନ ଧରି ଭେଟି ନଥିଲି, ସେଥିପାଇଁ ଆସିଥିଲି । ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି । ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି । ବଲାଙ୍ଗୀର ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ