Masthead

ବିଜେପି ହାତରୁ ଖସିଲା ବାଲେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହୋଇଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନର ଫଳାଫଳ ମଙ୍ଗଳବାର ସଂଧ୍ୟାରେ ପ୍ରକାଶ ପାଇଛି । ପ୍ରକାଶିତ ଫଳାଫଳ ଅନୁଯାୟୀ ଦୁଇଟି ଯାକ ଆସନ ବିଜେଡି ଦଖଲ କରିନେଇଛି । ଏହି ଦୁଇଟି ଆସନ ମଧ୍ୟରୁ ଗୋଟିଏକୁ ବିଜେପି ଦଖଲ କରିଥିବା ବେଳେ ଅନ୍ୟଟି ବିଜେଡି ଦଖଲ କରିଥିଲା । ହେଲେ ଉପନିର୍ବାଚନରେ ବିଜେପି ତା’ର ଆସନ ହରାଇଛି । ବିଜେଡିର ସଂଖ୍ୟା ବଢ଼ି ୧୧୩ (ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଗୋଟିଏ ସ୍ଥାନ ଖାଲି ପଡ଼ିଛି)ରେ ପହଞ୍ଚିଛି । ମାତ୍ର ବିଜେପିର ସଂଖ୍ୟା ଖସି ୨୨ରେ ପହଞ୍ଚିଯାଇଛି ।

ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ସେଠାରେ ଉପ ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ପରେ ସେଠାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ଉପ ନିର୍ବାଚନ । କରୋନା କଟକଣା ଭିତରେ ଏହି ଦୁଇ ବିଧାନସଭା ଆସନରେ ଉପ ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ ଅନୁମତି ଦେଇଥିଲେ । ବିଭିନ୍ନ ରାଜନୈତିକ ଦଳ କରୋନା କଟକଣା ଭିତରେ କରିଥଲେ ଭୋଟ ପ୍ରଚାର । ଭୋଟ ଗ୍ରହଣ ଓ ଗଣତିରେ ମଧ୍ୟ କରୋନା କଟକଣା ଲାଗି ରହିଥିଲା ।

ପ୍ରଥମେ ବିଜେପି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସରୁ ମମତା କୁଣ୍ଡୁ ଓ ବିଜେଡିରୁ ସ୍ୱରୂପ କୁମାର ଦାସ ପ୍ରାର୍ଥୀ ହୋଇଥିଲେ । ଏହା ସହ ସ୍ୱାଧୀନ ଭାବେ ବେଣୁଧର ବାରିକ, ଭାଗ୍ୟ ଉଦିତ ଦାସପଟ୍ଟନାୟକ ଓ ମହମ୍ମଦ ନୁମାନ ଖାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।
ସେହିପରି ତିର୍ତ୍ତୋଲରେ ବିଜେଡି ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା । ବିଜେପିରୁ ପ୍ରାର୍ଥୀ ହୋଇଥିଲେ ରାଜକିଶୋର ବେହେରା । କଂଗ୍ରେସ ହିମାଂଶୁ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ସିପିଆଇରୁ ବିଜୟ ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ଅର୍ଜ୍ଜୁନ ଚରଣ ବେହେରା, ଗୋଲାପ ମଞ୍ଜରୀ ଭୋଇ, ରବୀନ୍ଦ୍ର ନାଥ ସେଠୀ, ରମେଶ ଚନ୍ଦ୍ର ମଲ୍ଲିକ ଓ ସଚିତ୍ରା ମଲ୍ଲିକ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଷ୍ଟାର କ୍ୟାମ୍ପେନରମାନେ ପ୍ରଚାର କରିଥିଲେ । କିନ୍ତୁ ବିଜେଡି ସପକ୍ଷରେ ଯାଇଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ । ବିଜେଡିର ୨୦ ବର୍ଷର ଶାସନ କାଳରେ ଯେତୋଟି ଉପନିର୍ବାଚନ ହୋଇଛି ସବୁଥିରେ ଶାସକ ଦଳର ହିଁ ବିଜୟ ହୋଇଛି । ଉଦାହରଣ ଭାବେ ବିଜେପୁର ଓ ପାଟକୁରା ଉପନିର୍ବାଚନକୁ ଗ୍ରହଣ କରାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ