Masthead

ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଚୋରି ସନ୍ଦେହରେ ଯୁବକଙ୍କୁ ହତ୍ୟା । ମୃତକ କନ୍ଧମାଳ କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ । ଭଞ୍ଜନଗର ସାଦେ୍ର୍ଧାଳ ଗାଁରେ ଚୋରି ଅଭିଯୋଗ । ଗାଁ ପୁରୁଷ ଶୂନ୍ୟ, ପୋଲିସର ତଦନ୍ତ ଜାରି । ଗଞ୍ଜାମ ଭଞ୍ଜନଗର ଥାନା ସାର୍ଦ୍ଧୋଳ ଗାଁରେ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଆଜି ସକାଳେ ଖବର ପାଇ ଭଞ୍ଜନଗର ପୋଲିସ ଗାଁ ରେ ପଂହଁଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିବା ସୂଚନା ମଳିଛି ।

ଗତ ରାତ୍ରିରେ ଗାଁ ରେ ଜଣଙ୍କ ଘରେ ଚୋର ପଶିଥିବା ବେଳେ ଅନ୍ୟ ଜଣେ ଚୋର ବାହାରେ ଅପେକ୍ଷା କରିଥିଲେ । ଗାଁର କିଛି ଲୋକଙ୍କ ପାଟି ଶୁଣି ଚୋର ପଶିଥିବା ଜାଣି ପାରି ଥିଲେ ଗାଁ ସାରା ଲୋକେ । ଗାଁ ଲୋକେ ଜଣେ ଚୋରଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚୋର ଖସି ପଳାଇଥିଲା । ଚୋରକୁ ଧରିବା ପରେ ଦଉଡିରେ ବାନ୍ଧି ଗାଁ ଲୋକେ ପିଟି ପିଟି ଗୁରୁତର କରିଦେଇଥିଲେ। ଖବର ପାଇ ପୋଲିସ ଘଟଣାରସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚୋରକୁ ଉଦ୍ଧାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି। ଚୋରି କାର୍ଯ୍ୟରେ ବ୍ୟବହୃତ କିଛି ଯନ୍ତ୍ରପାତିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ୍।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ