ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍ । ଲଗାତାର ଦ୍ୱିତୀୟ ଥର ଟାଇଟଲ୍ ଜିତିବା ଲକ୍ଷ୍ୟରେ ଭାରତ।ମୁକାବିଲାକୁ ନେଇ ଉତ୍ସାବିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ । ଆଜି ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ, ଦୁଇ ଦେଶ ମଧ୍ୟରେ ମୋଟ ୩୦ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତୀୟ ଦଳ ୧୬ ଟି ମ୍ୟାଚ୍ ଜିତିଛି, ୧୧ ଟି ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଜିତିଛି ଏବଂ ୩ଟି ମ୍ୟାଚ୍ ଟାଇ ହୋଇଛି । ଏହି ୩ଟି ମ୍ୟାଚରେ, ଦୁଇଟି ଭାରତୀୟ ଦଳ ପରେ (ସୁପର ଓଭରରେ) ଜିତିଥିଲା । ଗୋଟିଏ ଡିଏଲଏସ୍ (ଡକୱର୍ଥ ଲୁଇସ୍) ପଦ୍ଧତି ଯୋଗୁଁ ଟାଇ ରହିଥିଲା।

ଇଂଲଣ୍ଡ ବିପକ୍ଷ ସେମି ମ୍ୟାଚରେ ଭାରତୀୟ ବୋଲରମାନେ ନିରାଶ କରିଥିଲେ। ଅର୍ଶଦୀପ ସିଂହ ୪ ଓଭରରେ ୫୧ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୬୪ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ତେବେ ବରୁଣଙ୍କ ଫର୍ମ ସମସ୍ତଙ୍କୁ ନିରାଶ କରିଥିଲା । ଯାହା ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଚି । ସାରା ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ଥିବା କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ଅଭିଷେକ ଶର୍ମାଙ୍କ ଫର୍ମ ମଧ୍ୟ ଚିନ୍ତାର ବିଷୟ। ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବିତ କରିନି । ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରୋଟି ଟି-୨୦ରେ ୪ଟି ୱିକେଟ ନେଇଛନ୍ତି, ହାରାହାରି ୩୨.୭୫ ଏବଂ ଇକୋନୋମି ହାର ୮.୧୮ ବଜାୟ ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!