Masthead

କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ ଟଙ୍କା ନେଇ ଯିବା ସମୟରେ ଖବରପାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରିଥିଲା। ସମ୍ବଲପୁର ରେଳ ଷ୍ଟେଶନ ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରି ଯାଞ୍ଚ କରିବା ପରେ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚାରିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହାପରେ ଭଜିଲାନ୍ସ ତାଙ୍କୁ ଉଠାଇ ନେବା ସହ ସମ୍ବଲପୁର, ଭଞ୍ଜନଗର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ଚଢାଉ କରାଯାଇଥିଲା।

ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ରସୁଲଗଡ଼ରେ ଥିବା ଘରୁ ନଗଦ ୫ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁରସ୍ଥିତ ଭଉଣୀଙ୍କ ଘରୁ ୩୪.୮୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍‌ ତାଙ୍କ ବ୍ୟାଙ୍କ୍‌ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। ବଡ଼ କଥା ହେଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ୍‌ଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ ଏକ ଟିଣ ବାକ୍ସରୁ ମିଳିଥିଲା।

ମ୍ୟାନେଜରଙ୍କ ୨୯ ଟି ପ୍ଲଟ ଠାବ ହୋଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା,  ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି । ଏଥିସହ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ଆଦି ଜବତ କରିଛି ଭିଜିଲାନ୍ସ । ଏବେବି ଭଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି । ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍