Masthead

ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଗୁରୁବାର ଅପରାହ୍ନ ୪ଟାରେ ଦିଲ୍ଲୀର ସେବାତୀର୍ଥଠାରେ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଡକାଇଛନ୍ତି । ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ଯୋଗଦେବା ଲାଗି ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ କୁହାଯାଇଛି । ମୋଦି ବିଦେଶ ଗସ୍ତରୁ ଫେରିବା କ୍ଷଣି ଏହି ବୈଠକ ବସିବ । ଏଥିରେ କେନ୍ଦ୍ର କ୍ୟାବିନେଟର ସମସ୍ତ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀମାନେ ଯୋଗ ଦେବେ ।

ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଏବଂ ଭାରତ ଉପରେ ପଡ଼ିଥିବା ଏହାର ଅର୍ଥନୈତିକ ପ୍ରଭାବ ଉପରେ ଆଲୋଚନା ହୋଇପାରେ । ସେହିପରି ଦେଶରେ ତୈଳ ଦର, ଇନ୍ଧନ ଯୋଗାଣ ଶୃଙ୍ଖଳ, ଦରଦାମ୍ ବୃଦ୍ଧି, କୃଷି, ପରିବହନ ବ୍ୟବସ୍ଥା, ବିମାନ ଚଳାଚଳ ସହ ଜଡ଼ିତ ସମସ୍ୟା ଉପରେ ଚର୍ଚ୍ଚା ହୋଇପାରେ । ଏଥିସହ ଏହାର ମୁକାବିଲା ଲାଗି ଭବିଷ୍ୟତର ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇପାରେ । ଅନ୍ୟପକ୍ଷରେ ଆସନ୍ତା ଜୁନ୍ ୧୦ରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂର୍ବରୁ କ୍ୟାବିନେଟ ସମ୍ପ୍ରସାରଣ ଏବଂ ଅଦଳବଦଳ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହି ବୈଠକର ରାଜନୈତିକ ଗୁରୁତ୍ୱ ବଢ଼ିଛି ।

 ୪ଟି ପ୍ରମୁଖ ଦିଗକୁ ଆଧାର କରି ଏହି ସମୀକ୍ଷା ହେବା  ନେଇ ଆଶା କରାଯାଉଛି । ଏହି ୪ଟି ପ୍ରମୁଖ ଦିଗ ମଧ୍ୟରେ  ବ୍ୟବସ୍ଥାପିକା ପରିବର୍ତ୍ତନ, ନିୟମରେ ସରଳତା, ନୀତିଗତ  ସଂସ୍କାର ଏବଂ ପ୍ରଶାସନିକ ସୁଧାର ଅନ୍ତର୍ଭୁକ୍ତ । ଏହି ସମୟରେ  କୃଷି, ପେଟ୍ରୋଲିୟମ, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ, ଶକ୍ତି  ଏବଂ ଆଣବିକ ଶକ୍ତି ସମେତ ପ୍ରାୟ ଡଜନେ ମନ୍ତ୍ରଣାଳୟ  ଏବଂ ବିଭାଗ ପକ୍ଷରୁ ଉପସ୍ଥାପନା ଦିଆଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ