ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ୍‌ SI ସ୍କାମ୍: ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ଜାମିନ ଖାରଜ । ମୁନାଙ୍କ ସମେତ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ତଦନ୍ତର ତଥ୍ୟ ଓ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟରେ ଜାମିନ ଖାରଜ। ଅସ୍ତ୍ରୋପଚାର ପାଇଁ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଖାରଜ। ୩ ସପ୍ତାହ ମଧ୍ୟରେ ମୁନା ମହାନ୍ତି ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ତେବେ ଯଦିଓ ଅସୁସ୍ଥତା କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି। ଆଗାମୀ ୩ ସପ୍ତାହ ଭିତରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ହୋଇଛି। କମ୍ବାଇନ ପୋଲିସ ସର୍ଭିସ ଏକ୍ଜାମିନେସନ ପାଇଁ ୨୦୨୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପରୀକ୍ଷା ପ୍ରକ୍ରିୟାରେ ଭୟଙ୍କର କେଳେଙ୍କାରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁନା ମହାନ୍ତି ସମେତ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ଏସବୁ ଭିତରେ ଅସୁସ୍ଥତାର କାରଣ ଦର୍ଶାଇ ମୁନା ମହାନ୍ତି ଅନ୍ତରୀଣ ଜାମିନ ଆବେଦନ କରିଥିଲେ, ଯାହାକୁ ମଞ୍ଜୁରୀ ମିଳିଥିଲା। ତେବେ ତାଙ୍କର ଅସ୍ତ୍ରୋପଚାର ହୋଇସାରିଛି, ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଆବେଦନକାରୀ କୋର୍ଟରେ ଯୁକ୍ତି ରଖିଥିଲେ। ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଆଗାମୀ ୩ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ