Masthead

ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

କଟକ (ବଡ଼ ଖବର ବ୍ୟୁରୋ): ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପାଖରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଯାଇଛି। ଲିଭାଇବାକୁ ଉଦ୍ୟମ ଜାରି ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ରୋବୋଟିକ୍‌ ମେଶିନର ବ୍ୟବହାର କରାଯାଉଛି। ଦୀର୍ଘ ୪ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।

ରାତି ପ୍ରାୟ ୧ରୁ ୨ଟାରୁ ମଧ୍ୟରେ ମାଛ ମାର୍କେଟରେ ନିଆଁ ଲାଗିଥିଲା । ଦେଖୁ ଦେଖୁ  ମାଛ ମାର୍କେଟ ଓ ଗୋଦାମ ଘର ନିଆଁ ପୋଡି ପାଉଁଶ ହୋଇଯାଇଥିଲା ମାଛ ମାର୍କେଟକୁ ଲାଗି ତିବା  ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପି ଯାଇଥିଲା। ସେଥିପାଇଁ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବା କଷ୍ଟ ହେଉଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି ।

ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ। ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି। ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ର ଆସବାବ ପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳି ଯାଇଛି ।

ସେହିଭଳି ବିଲ୍ଡିଂ ଉପର ମହଲାରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଛି ।ବ୍ୟାଙ୍କର ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଥିବା ଆଶଙ୍କା କରାଯାଉଠି। ନିଆଁ ଏବେ ଧୂଆଁ ବେଶ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପାଇଁ ଘର ଭିତରକୁ ପଶିବା ମୁସ୍କିଲ ହେଉଛି । ଆଗ୍ନିକମାନେ ଅକ୍ସିଜେନ୍ ମାସ୍କ ନେଇ ଭିତରକୁ ପଶିିବାକୁ ଉଦ୍ୟମ କରୁଛନ୍ତି। ଏହି ମାଛ ମାର୍କେଟ୍ ପାଖରେ ଆହୁରି ଅନେକ କୋଠା ଲାଗିଥିବାରୁ ନିଆଁ ବ୍ୟାପିବା ଆଶଙ୍କା ରହିଛି । ରୋବୋଟିକ ଭେଇକିଲ ବ୍ୟବହାର ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର