Masthead

ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ ଉପରେ ମହାଯୁଦ୍ଧର ଚେତାବନୀ ଦେଇ ଶେଷ ମୁହୂର୍ତ୍ତରେ ପଛଘୁଞ୍ଚା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରଦ୍ଦ ହେଲା ଗତକାଲି ରାତିର ପ୍ରଚଣ୍ଡ ବୋମାବର୍ଷଣ ଯୋଜନା । ପ୍ରଥମେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ସାରା ବିଶ୍ୱକୁ ଚମକାଇ ଦେଇ କହିଥିଲେ ଯେ, ଆମେରିକା ରାତିରେ ହିଁ ଇରାନ ଉପରେ ବଡ଼ ଆକ୍ରମଣ କରିବ । ଇରାନର ନେଭି, ଏୟାରଫୋର୍ସ, ରଡାର ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ ।

ଏତିକି ନୁହେଁ, ଇରାନର ଖର୍ଗ ଆଇଲ୍ୟାଣ୍ଡ ସହ ସମସ୍ତ ତୈଳ ଭିତ୍ତିଭୂମିକୁ ଆମେରିକା ନିଜ କବ୍‌ଜାକୁ ନେବ ଏବଂ ଭେନେଜୁଏଲା ଭଳି ଇରାନର ସମ୍ପୂର୍ଣ୍ଣ ଗ୍ୟାସ ଓ ତୈଳ ବଜାରକୁ ନିୟନ୍ତ୍ରଣ କରିବ । ହେଲେ ଚେତାବନୀର ଠିକ୍ ୫ ଘଣ୍ଟା ପରେ ସମ୍ପୂର୍ଣ୍ଣ ଓଲଟି ଯାଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଛନ୍ତି, ‘ଇରାନ ସହିତ ଆଲୋଚନା ଇରାନ ନେତୃତ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଏହାକୁ ଅନୁମୋଦନ କରାଯାଇଛି। ମୁଁ ଆଜି ସାରେ ଯୋଜନାବଦ୍ଧ ଇରାନ ବିରୁଦ୍ଧରେ ଆକ୍ରମଣ ଏବଂ ବୋମା ମାଡ଼ ଅଭିଯାନକୁ ବାତିଲ କରିଛି। ସମସ୍ତ ପ୍ରାସଙ୍ଗିକ ପକ୍ଷ ଆଲୋଚନା ଏବଂ ଚୂଡ଼ାନ୍ତ ସର୍ତ୍ତାବଳୀକୁ ଅନୁମୋଦନ କରିଛନ୍ତି।’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) କହିଛନ୍ତି ଯେ ଇରାନ ସହିତ ଏକ ଚୁକ୍ତି ପରେ ଖାର୍ଗ ଦ୍ୱୀପକୁ ଟାର୍ଗେଟ କରି ଯୋଜନାବଦ୍ଧ ଅଭିଯାନ ବାତିଲ କରାଯାଇଛି। ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ‘ଯଦି ଆମେ ଏହି ଚୁକ୍ତି ସ୍ବାକ୍ଷର କରୁ, ତେବେ ଯୋଜନା ବାତିଲ ହୋଇଯିବ। ଯେତେବେଳେ ସେମାନେ ଜାଣିଲେ ଯେ ମୁଁ ଏଥିରେ ସାମିଲ ଅଛି ସେତେବେଳେ ସେମାନେ ଖୁସି ନଥିଲେ। ମୁଁ ଯୋଜନାକୁ ମଧ୍ୟ ପସନ୍ଦ କରୁନାହିଁ।’ ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକା ସେନା ଗତ କିଛି ମାସ ମଧ୍ୟରେ ଏହି ପ୍ରଣାଳୀରେ ଜାହାଜ ମୁତୟନ କରିଛି ଏବଂ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ପରିବହନ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ