Masthead

ପ୍ରେମ ପଡ଼ିଲା ମହଙ୍ଗା

ଧର୍ମଗଡ଼ (ବଡ଼ ଖବର ବ୍ୟୁରୋ): ନିଜ ବାନ୍ଧବୀ ସହ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବକ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମୁନ୍ନା ବେହେରା ଓରଫ ଗୁପ୍ତେଶ୍ୱର ବେହେରା ବୋଲି ଧର୍ମଗଡ଼ ପୋଲିସ କହିଛି । ଧର୍ମଗଡ଼ର ଜଣେ ଯୁବତୀ ପାରଳାଖେମୁଣ୍ଡିସ୍ଥିତ ନିଜ ମାମୁଘରେ ରହି ପାଠ ପଢ଼ୁଥିଲେ । କୌଣସି ପ୍ରକାରେ ମୁନ୍ନାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହି ପରିଚୟ କ୍ରମେ ପ୍ରେମରେ ପରିଣତ ହୋଇଥିଲା । ସମୟ ସୁବିଧା ଦେଖି ଦୁହେଁ ପରସ୍ପରକୁ ଭେଟୁଥିଲେ । ଏପରିକି ସେମାନେ ପରସ୍ପରକୁ ବିବାହ କରିବେ ବୋଲି ସ୍ଥିର କରିଥିଲେ । ସମୟ ସୁବିଧା ଦେଖି ସେମାନେ ଏକତ୍ର ହେଉଥିଲେ ।

ସମୟକ୍ରମେ ଯୁବତୀ ଜଣକ ନିଜ ହୋମ୍ ଟାଉନ୍ ଧର୍ମଗଡ଼ ଆସିଥିଲେ । ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ । ପ୍ରେମିକାର ଅନ୍ୟତ୍ର ବିବାହକୁ ସହ୍ୟ କରିପାରିନଥିଲେ ମୁନ୍ନା । ପରିବାରର ନିଷ୍ପତ୍ତିକୁ ନେଇ ପ୍ରେମିକ-ପେମିକା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ମୁନ୍ନା ଅନ୍ତରଙ୍ଗ ମୂହୁର୍ତ୍ତର ସମସ୍ତ ଫଟୋ ପ୍ରେମିକାଙ୍କ ଭାବୀ ସ୍ଵାମୀ ନିକଟକୁ ପଠେଇ ଥିଲେ । ପ୍ରେମିକାଙ୍କ ଭାବୀ ସ୍ୱାମୀ ଘଟଣା ସମ୍ପର୍କରେ କଳାହାଣ୍ଡି ଏସପିଙ୍କୁ ଜଣାଇଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଧର୍ମଗଡ଼ ଥାନାରେ ଦିଆଯାଇଥିଲା ଏତଲା । ପୋଲିସ ତଦନ୍ତ କରି ମୁନ୍ନାଙ୍କୁ ଗିରଫ କରିଛି । ମୁନ୍ନା ଳବିବାହିତ । ମିଛ କହି କଲେଜ ପଢୁଆ ଛାତ୍ରୀଙ୍କ ସହ ରଖିଥିଲା ପ୍ରେମ ସମ୍ପର୍କ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼