Masthead

ନୀରବି ଯାଇଛି କେଶନା

ଶୁକ୍ରୁଳି(ବଡ଼ ଖବର ବ୍ୟୁରୋ): କଳା ମୁଗୁନି ପଥର କାରିଗରୀ ପାଇଁ ଦେଶ ବିଦେଶରେ ମୟୂରଭଞ୍ଜ ଜିଲ୍ଲା ଶୁକୁରୁଳି ବ୍ଲକର ଖ୍ୟାତି କିଛି କମ୍ ନୁହେଁ । ଶିଳ୍ପୀ ଗ୍ରାମ କେଶନାର ପ୍ରତିଟି ଲୋକ ସତେ ଯେପରି ଜାଣିଛନ୍ତି ଯାଦୁବିଦ୍ୟା । ନିର୍ଜୀବ ପାଷାଣକୁ ନିହାଣ ମୁନରେ ସେମାନେ କରିପାରନ୍ତି ଜୀବନ୍ତ । ମୂର୍ତ୍ତି କାରିଗରଙ୍କ ଏହି ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । ଅଧିକାଂଶ ଲୋକ ଏହି କୁଳ ବେଉସାକୁ ଆପଣେଇ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ରାସ୍ତାର ଦୁଇପାର୍ଶ୍ଵରେ ବର୍ଷସାରା ଭଳିକି ଭଳି ମୂର୍ତ୍ତିର ପସରା ଦେଖିବାକୁ ମିଳେ ।

ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ଦେଖିଲେ ପଥଚାରୀଙ୍କ ବେଗ ଧିମେଇ ଯାଏ । କଳା ମଚ ମଚ କାରୁକାର୍ଯ୍ୟ ସମ୍ପନ୍ନ ବିଭିନ୍ନ ସାଇଜ଼ର ମୂର୍ତ୍ତି ଓ ପ୍ରତିମୂର୍ତ୍ତିକୁ ଦେଖିଲେ ପଲକ ପଡେ ନାହିଁ । କିନ୍ତୁ ମହାମାରୀ କରୋନା ପ୍ରଭାବରେ ନୀରବି ଯାଇଚି ଶିଳାଶିଳ୍ପୀ ଗାଁ କେଶନା । କରୋନା କଟକଣା ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ଵରୀଙ୍କ ମନ୍ଦିର ବନ୍ଦ ଥିବାରୁ ପର୍ଯ୍ୟଟକଙ୍କ ଭିଡ ନାହିଁ । ଏହି ପର୍ଯ୍ୟଟନ ଋତୁରେ କାରିଗରମାନେ ବେଶ୍ ଦି’ପଇସା ରୋଜଗାର କରି ପେଟ ପୋଷି ଥାନ୍ତି, ହେଲେ କରନା କରେଇ ଦେଉନାହିଁ । ଏବେ କାରିଗର ଓ ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା