ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଜି ବି ସଜା ଭୋଗୁଛି ପଡୋଶୀ ଦେଶ ପାକିସ୍ତାନ । ପହଲଗାମ୍ ଆକ୍ରମଣ ପଛରେ ପାକ୍ ଲିଙ୍କ ପରେ ଭାରତ ଦଣ୍ଡ ଦେଇଆସୁଛି । ଗତବର୍ଷ ଏପ୍ରିଲ୍ ମାସରେ ପହଲଗାମ୍ ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର ଜଳ ଦ୍ୱାରା ପାକିସ୍ତାନକୁ ଚେକ୍ ଦେବା ପାଇଁ ଉଦ୍ୟମ କଲେ । ଯାହା ଦ୍ୱାରା ସିନ୍ଧୁ ଜଳ ଚୁକ୍ତିକୁ ଉଭୟ ଦେଶର ସ୍ଥଗିତ କରିଦେଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ଗଲାବର୍ଷ ମେ ମାସରେ ସିନ୍ଧୁ ଜଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲେ । ସେବେଠାରୁ ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହାକୁ ଆଧାର କରି ଏବେ ସାମ୍ନାକୁ ଆସି ପାକିସ୍ତାନର ଜଳ ଏବଂ ବିଦ୍ୟୁତ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ସଇଦ କହିଛନ୍ତି ଯେ, ଭାରତର ଏହି ନିଷ୍ପତ୍ତି ପାକିସ୍ତାନର ଅସ୍ତିତ୍ୱ ପାଇଁ ସଙ୍କଟ ସୃଷ୍ଟି କରିପାରେ । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବାର ପରିଣାମ ସ୍ୱରୂପ ପାକିସ୍ତାନ ଭଳି ଦେଶ ବର୍ଷର ଅଧା ସମୟ ମରୁଭୂମିରେ ପରିଣତ ହୋଇଯାଇପାରେ, ବାକି ଅନ୍ୟ ସମୟରେ ବନ୍ୟା ଜଳରେ ଦେଶ ପ୍ରଭାବିତ ହେବ ।
ସିନ୍ଧୁ ଜଳ ଯୋଗୁଁ ପାକିସ୍ତାନ ଇଣ୍ଡସ ବେସିନ୍ ଇରିଗେସନ୍ ସିଷ୍ଟମ୍ ବିକାଶ କରିପାରିଛି । ଏହା ବିଶ୍ୱର ସବୁଠୁ ବଡ ସିଚାଇ ବ୍ୟବସ୍ଥା । ଯେଉଁଥିରେ ୩ଟି ଜଳ ଭଣ୍ଡାର (ରିଜର୍ଭୟାର), ୬ଟି ବ୍ୟାରଜ, ୧୨ଟି ଅନ୍ତଃନଦୀ ସଂଯୋଗ କେନାଲ ଏବଂ ଏକ ବିଶାଳ ଜଳ ବଣ୍ଟନର ନେଟୱାର୍କ ରହିଛି । ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୩୫ମିଲିୟନ୍ ଏକର ଜମିରେ ଜଳ ସେଚିତ ହୋଇପାରୁଛି । ଦେଶର ୯୦ ପ୍ରତିଶତରୁ ଅଧିକ ଖାଦ୍ୟ ଉତ୍ପାଦନକୁ ଏହି ଜଳ ଦ୍ୱାରା ସହାୟତା ମିଳୁଛି । ଖାଲି ସେତିକି ନୁହେଁ ସେ ଭାରତ ଉପରେ ଅଭିଯୋଗ କରି ମତପ୍ରକାଶ କରିଛନ୍ତି କି, ଯେତେବେଳେ ବିଶ୍ୱ ୱାନ୍ ୱାଟର-ୱାନ୍ ଭିଜିନ୍ , ନୀତିକୁ ନେଇ ଆଗକୁ ବଢାଇ ସାମୂହିକ ନଦୀ ଅବବାହିକାର ପରିଚାଳନା ଏବଂ ସ୍ୱଚ୍ଛତାକୁ ସୁଦୃଢ କରିବା ଦିଗରେ କାମ କରୁଛି, ସେତେବେଳେ ଭାରତ ସମ୍ପୂର୍ଣ୍ଣ ବିପରୀତ ଦିଗରେ ଆଗେଇ ଯାଉଛି । କାରଣ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେଲେ ପାକିସ୍ତାନର ପାଣି, ଖାଦ୍ୟ ଏବଂ ଶକ୍ତି ସୁରକ୍ଷାର ଏକ ପ୍ରମୁଖ ପ୍ରଭାବିତ ହେଉଛି ।
ପାକିସ୍ତାନ ଉପରେ କେଉଁ ୬ଟି ଗୁରୁତର ପ୍ରଭାବ ପଡିପାରେ…..
୧. କୃଷି କ୍ଷେତ୍ରରେ ଗଭୀର ସଙ୍କଟ
ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ତାଙ୍କ ପୁସ୍ତିକାରେ ଲେଖିଛନ୍ତି ଯେ, ପାକିସ୍ତାନର ସିନ୍ଧୁ ବେସିନ୍ ସିଚାଇ ବ୍ୟବସ୍ତା ବିଶ୍ୱର ସବିଠାରୁ ବଡ ସିଚାଇ ନେଟୱାର୍କ । ଯାହା ଦେଶର ୯୦ ପ୍ରତିଶତରୁ ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନକୁ ସହାୟତା କରିଥାଏ । ତାଙ୍କ ମତରେ, ନଦୀର ଜଳ ପ୍ରବାହରେ ଅନିୟମିତ ଉତ୍ଥାନ-ପତନ ହେଲେ ସମଗ୍ର କୃଷି ବ୍ୟବସ୍ଥା ଗୁରୁତର ବାବେ କ୍ଷତିଗ୍ରସ୍ତ ହୋଇପାରେ ।
୨. ଚିନାବ ନଦୀର ଅସ୍ତିତ୍ୱ ପ୍ରତି ବିପଦ
ଚିନାବ ନଦୀ ମାଧ୍ୟମରେ ପାକିସ୍ତାନର ପ୍ରାୟ ୧କୋଟିରୁ ଅଧିକ ଏକର କୃଷି ଜମିରେ ସିଚଇ କରାଯାଏ । ଏହି ନଦୀର ପ୍ରାୟ ଦେଶର ସମଗ୍ର କ୍ୟାଚମେଣ୍ଟ ଅଞ୍ଚଳ ଭାରତରେ ଥିବାରୁ ଏହାର ଜଳ ପାଇଁ ପାକିସ୍ତାନ ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭରଶୀଳ ।
୩. ବନ୍ୟା ପୂର୍ବାନୁମାନରେ ବିଫଳତା
ପାକିସ୍ତାନର ଏହି ପୂର୍ବତନ ସେନା ଅଧିକାରୀଙ୍କ ମତରେ, ଭାରତ ପକ୍ଷରୁ ନଦୀର ଜଳସ୍ତର ସମ୍ବନ୍ଧୀୟ ହାଇଡ୍ରୋଲୋଜିକାଲ ଡାଟା ଯୋଗାଣ ବନ୍ଦ ହୋଇଯିବାରୁ ପାକିସ୍ତାନ ୨୦୨୫ ମସିହାର ମୌସୁମୀ ବର୍ଷା ସମୟରେ ବନ୍ୟାର ସଠିକ୍ ପୂର୍ବାନୁମାନ କରିପାରି ନ ଥିଲା । ଏହା ଫଳରେ ଜନ ଧନ ଓ ସମ୍ପତ୍ତିର ବ୍ୟାପକ କ୍ଷତି ହେବାର ଆଶଙ୍କା ବଢିଥିବା ସେ ଦାବି କରିଛନ୍ତି ।
୪. ଜଳ ବିଦ୍ୟୁତ ସଙ୍କଟ
ପାକିସ୍ତାନର ଏହି ପୂର୍ବତନ ସେନା ଅଧିକାରୀ ଲେଖିଛନ୍ତି ଯେ, ପାକିସ୍ତାନର ବିଦ୍ୟୁତ ଉତ୍ପାଦନ ଏବଂ ଆର୍ଥିକ ବିକାଶ ପଶ୍ଚିମାଞ୍ଚଳ ନଦୀଗୁଡିକର ଜଳପ୍ରଭାବ ଉପରେ ନିର୍ଭର କରେ । ଯଦି ଜଳ ପ୍ରବାହ ବନ୍ଦ ହୁଏ କିମ୍ବା କମିଯାଏ , ତେବେ ଦେଶରେ ବିଦ୍ୟୁତ ସଙ୍କଟ ଦେଖା ଦେଇପାରେ ।
