Masthead

ନିର୍ଦ୍ଦୋଷଙ୍କୁ ସଜାଇ ଦେଲେ ଅପରାଧୀ, ଏବେ ଗଣିବେ ତଣ୍ଡ

ଭୁବନେଶ୍ୱର/ବରଗଡ଼ (ବଡ଼ ଖବର ବ୍ୟୁରୋ): ସମ୍ବିଧାନ କହୁଛି ଶହେ ଦୋଷୀ ପଛେ ଖଲାସ ହୋଇଯାଆନ୍ତୁ, ହେଲେ ଜଣେ ହେଲେ ନିର୍ଦ୍ଦୋଷ ଦଣ୍ଡ ନ ପାଉ । ଏହି ନ୍ୟାୟରେ ଜଣେ ପୋଲିସ ଅଧିକାରୀଙ୍କ ଭୁଲ ତଦନ୍ତ ଯୋଗୁଁ ବିନା ଦୋଷରେ ଜେଲ ଯାଇଥିବା ବରଗଡ଼ ବିଶିପଡାର ଦୁଇ ଯୁବକ ପାଇବେ କ୍ଷତି ପୂରଣ । କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନାବାଧିକାରୀ କମିଶନ । ହତ୍ୟା ଅଭିଯୋଗରେ ଦଣ୍ଡ ଭୋଗିଥିବା ଦୁଇ ଯୁବକ ହଲୁ ଗୁର୍ଲା ଓ ରାଘବ ନାୟକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ତତ୍କାଳୀନ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନାବାଧିକାରୀ କମିଶନ ।

ବରଗଡ଼ ଜିଲ୍ଲା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମାଝିପାଲି ଗ୍ରାମର ମନୋରଞ୍ଜନ ଡ଼ନସେନାଙ୍କ ପୁଅ ଜିତୁ ଡ଼ନସେନା ପଦ୍ମପୁରସ୍ଥିତ ତ୍ରିପାଠୀ ଚେମ୍ବରରେ ରହି ଯୁକ୍ତଦୁଇ ପଢୁଥିଲେ । ୨୦୧୬ ଡିସେମ୍ବର ୭ରେ ଜିତୁ ଅସୁସ୍ଥ ଥାଇ ଚିକିତ୍ସା ପାଇଁ ବରଗଡ଼ ଟାଉନକୁ ଆସିଥିଲେ । ମାତ୍ର ବରଗଡ଼ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ସେ ପଦ୍ମପୁର ଫେରୁଥିଲେ । ବାଟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡର ହାଲୁ ଗୁର୍ଲା ଓ ରାଘବ ନାୟକ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ୨ଟି ମୋବାଇଲ ଓ ୨ ହଜାର ଟଙ୍କା ଲୁଟି ନେଇଥିଲେ । ମାଡ଼ ମାରିବା ପରେ ଜିତୁ ଅଚେତ ହୋଇପଡିଥିଲେ । ମରିଯାଇଥିବା ଭାବି ନଦୀ ପଠାରେ ଜିତୁକୁ ଛାଡି ହାଲୁ ଓ ରାଘବ ପଳେଇଥିଲେ । ବହୁ ଖୋଜାଖୋଜି ପରେ ଜିତୁଙ୍କର ଖୋଜ୍ ଖବର ମିଳିନଥିଲା । ଡିସେମ୍ବର ୨୪ ତାରିଖରେ ଜିତୁଙ୍କ ପରିବାରର ଅଭିଯୋଗକ୍ରମେ ପାଇକମାଳ ଥାନାରେ କେଶ ନମ୍ବର ୧୮୭/୨୦୧୬ ଧାରା ୩୬୩ ରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତରେ ଅଗ୍ରଗତି ନ ହେବାରୁ ଜିତୁଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା ।

ପାଇକମାଳ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ତତ୍ତ୍ୱାବଧାନରେ ଅନୁସନ୍ଧାନ ଚାଲିଥିଲା । ୨୦୧୭ ଅକ୍ଟୋବର ୨୨ରେ ହାଲୁ ଓ ରାଘବଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଜିତୁର ମୋବାଇଲ ମଧ୍ୟ ଜବତ ହୋଇଥିଲା । ପରେ ପୋଲିସ ହାଲୁ ଓ ରାଘବ ବିରୋଧରେ ଆଇପିସିର ଧାରା ୩୦୨, ୨୦୧ ଓ ୩୪ ସହ ହତ୍ୟା ମୋକଦ୍ଦମା ରଜୁ କରିଥିଲା । ଜିତୁ ନିଖୋଜ ହେବାର ୧୯ ମାସ ପରେ ହଠାତ କୋଲକାତାର ଜଣେ ଆଇସକ୍ରିମଵାଲାଙ୍କ ଠାରୁ ସୂଚନା ପାଇ ପାଇକମାଲ ପୋଲିସ ଏବଂ ଜିତୁର ପରିବାରବର୍ଗ ଚକିତ ହୋଇ ଯାଇଥିଲେ। କୋଲକତାରୁ ଭୁବନେଶ୍ୱର ବାଟେ ଜିତୁକୁ ସ୍ୱଦେହରେ ଉଦ୍ଧାର କରିଆଣିଥିଲେ।

ତେବେ ଘଟଣା ଦିନ ମାଡ଼ ଖାଇ ଚେତା ହରାଇଥିବା ଜିତୁଙ୍କ ହୋସ ଆସିବା ପରେ ସେ ବରଗଡ଼ ରେଳଷ୍ଟେସନ ଯାଇ ଟ୍ରେନରେ ଦିଲ୍ଲୀ ପଳେଇଥିଲେ । ଦିଲ୍ଲୀର ଏକ କ୍ୟାଟରିଂରେ କିଛିଦିନ କାମ କରିବା ପରେ କୋଲକାତା ଆସି ଏକ ବ୍ୟାଣ୍ଡ ପାର୍ଟିରେ କାମ କରୁଥିଲେ । ୨୦୧୮ ମସିହା ଜୁଲାଇ ୫ରେ ଏକ ଆଇସକ୍ରିମବାଲାର ମୋବାଇଲରୁ ଜିତୁଙ୍କ ଘରକୁ ଫୋନ ଆସିଥିଲା । ପରିବାର ଲୋକେ ଜିତୁର ଫଟୋ ପଠାଇ ପଠାଇବାକୁ ଆଇସକ୍ରିମବାଲାଙ୍କୁ ଅନୁରୋଧ କରିଥିଲେ । ସେ ଫଟୋ ପଠାଇବା ପରେ ପାଇକମାଲ ପୋଲିସ ଓ ପରିବାର ଲୋକେ ଜିତୁଙ୍କୁ ଆଣିଥିଲେ । ଆଉ ହତ୍ୟା ମାମଲାରେ ଜେଲ ଯାଇଥିବା ହାଲୁ ଏବଂ ରାଘବକୁ ଜାମିନ ମିଳିଥିଲା ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି