Masthead

ଜିପସମ ଚୋରା ଚାଲାଣ

ପାରାଦୀପ (ବଡ଼ ଖବର ବ୍ୟୁରୋ): ବୁଧବାର ବିଳମ୍ବିତ ରାତିରେ ୧୨ ଚକିଆ ଜିପସମ ବୋଝେଇ ଟ୍ରକ(ଓଆର ୦୪ ଏମ ୯୩୨୧) ରଘୁନାଥପୁର ଥାନା ବର୍ତ୍ତୀଠାରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଏହି ଗାଡ଼ିରେ ଚୋରା ଜିପସମ ଚାଲାଣ ହେଉଥିବା ସୂଚନା ମିଳିଛି । ଏହି ଟ୍ରକଟି ପାରାଦୀପରୁ ଜିପସମ ନେଇ କଟକ ଯାଉଥିଲା । ତେବେ ଘଟଣାରୁ ସ୍ପଷ୍ଟ ଜଣାଯାଏ ଯେ ଇଫକୋରୁ ଜିପସମ ଚୋରା ଚାଲାଣ ହେଉଛି । ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ହେଲେ ବହୁ ରହସ୍ୟ ପଦାକୁ ଆସିପାରିବ । ଟ୍ରକର ମାଲିକାନା ପାରାଦୀପର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କର ବୋଲି ରଘୁନାଥପୁର ଥାନା ପକ୍ଷରୁ କୁହାଯାଇଛି । ଏହି ଟ୍ରକଟି ପାରାଦୀପର କୌଣସି ଟ୍ରକ ଆସୋସିଏସନ ଅଧୀନରେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’