Masthead

ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷ ରାଜଧାନୀ ମସ୍କୋ ଉପରେ ୩୭୦ରୁ ଅଧିକ ଡ୍ରୋନ ମାଡ଼ କରି ଅଗ୍ନିବର୍ଷା କରିଛି । ଏହାଯୋଗୁ ସେଠାରେ ଥିବା ‘ଆମାଜନ’ ଗୋଦାମ ଓ ତୈଳ ଡିପୋ ଭଳି ବ୍ୟବସାୟିକ ଭିତ୍ତିଭୂମି ଛାରଖାର ହୋଇଯାଇଛି । ରୁଷ ଭିତରେ ପଶି ୟୁକ୍ରେନ ହମଲା କରୁଥିବାରୁ ଏହା ଚିନ୍ତାଜନକ ପାଲଟିଛି । ଶନିବାର ପ୍ରଚଣ୍ଡ ଆକ୍ରମଣ ପରେ ମସ୍କୋ ଅନ୍ତର୍ଗତ ଇଲେକ୍ଟ୍ରୋଷ୍ଟାଲରେ ଥିବା ‘ୱାଇଲ୍ଡବେରିଜ’ର ବିଶାଳ ଲଜିଷ୍ଟିକ୍ସ କେନ୍ଦ୍ର ଉପରେ କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା ।

“ରୁଷର ଆମାଜନ’ କୁହାଯାଉଥିବା ଏହି କମ୍ପାନିର ମୁଖ୍ୟାଳୟ କ୍ରେମଲିନଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଅନଲାଇନ ମାର୍କେଟପ୍ଲେସର ବିଶାଳ ଗୋଦାମ ଉପରେ ହୋଇଥିବା ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି ।

ସେପଟେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଏବଂ ଘାତକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏହି ଭୟଙ୍କର ଆକ୍ରମଣରେ ରାଜଧାନୀର ଅନେକ ଆବାସିକ ଅଞ୍ଚଳକୁ ଥରି ଉଠିଥିଲା। ଚାରିଆଡେ ବହଳ ଧୂଆଁ ଏବଂ ନିଆଁ ଦେଖାଯାଇଥିଲା ।ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆକ୍ରମଣରେ ସାତ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଛଅ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ପ୍ରାୟ ରାତି ୧:୩୦ ସମୟରେ ବିସ୍ଫୋରଣ ଆରମ୍ଭ ହୋଇଥିଲା ।

କେନ୍ଦ୍ରୀୟ ଏବଂ ପୂର୍ବ ୟୁକ୍ରେନରେ ବିମାନ ଆକ୍ରମଣ ସାଇରନ ବାଜିଉଠିଥିଲା । ପ୍ରାୟ ଏକ ଘଣ୍ଟା ଧରି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ୟୁକ୍ରେନୀୟ ବାୟୁସେନା ଏବଂ ମନିଟରିଂ ଚ୍ୟାନେଲ ଅନୁଯାୟୀ, ରୁଷ ଆକ୍ରମଣ ପାଇଁ ଏହାର ସବୁଠାରୁ ଉନ୍ନତ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା, ଯେଉଁଥିରେ ୩୧ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଆଠଟି ଜିରକନ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ସାମିଲ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି