Masthead

ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଐତିହାସିକ ଲର୍ଡସ୍ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଛି ମହାମୁକାବିଲା। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ଶେଷ ଦିନିକିଆ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ବ୍ୟାଟର ରୋହିତ ଶର୍ମାଙ୍କ ଖେଳକୁ ନେଇ ସମସ୍ତେ ଆଶା ବାନ୍ଧି ରହିଛନ୍ତି । ପୂର୍ବ ମ୍ୟାଚ୍ ଗୁଡିକରେ ହୁଏତ ସେ ନିଜ ଫର୍ମାଟାକୁ ଆପଣାଇ ପାରିନଥିଲେ ।ଉଭୟ ଦେଶ ଶୃଙ୍ଖଳାରେ ୧-୧ରେ ବରାବର ରହିଛନ୍ତି । ଆଜିର ମ୍ୟାଚ୍ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।

ରୋହିତ ଅବସର ନେଉ ନାହାନ୍ତି ବୋଲି ବିସିସିଆଇର ସ୍ପଷ୍ଟୀକରଣ ସ୍ୱତ୍ତେ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଅଲ୍‌ରାଉଣ୍ଡର ଓ୍ବାସିଂଟନ ସୁନ୍ଦରଙ୍କ ବଦଳରେ ହର୍ଷ ଦୁବେଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ଦ୍ବିତୀୟ ଦିନିକିଆ ବେଳେ ସୁନ୍ଦରଙ୍କ ଡାହାଣ ଜଙ୍ଘରେ ଆଘାତପ୍ରାପ୍ତ ହୋଇଥିଲା। ଏହା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ତିନି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜର ତୃତୀୟ ମୁକାବିଲାରେ ଭାରତୀୟ ଦଳରେ ତିନୋଟି ବଡ ପରିବର୍ତ୍ତନ କରାଯାଇଛି । କେଏଲ୍ ରାହୁଲ,ପ୍ରିନ୍ସ ଯାଦବ ଓ ଅର୍ଶଦୀପ ସିଂହଙ୍କୁ ଏହି ମ୍ୟାଚ୍ ରେ ଖେଳିବାର ସୁଯୋଗ ମିଳିଛି ।

ଦିନିକିଆ ସିରିଜରେ ଭାରତୀୟ ଦଳ ବର୍ମିଂହାମରେ ପ୍ରଥମ ମ୍ୟାଚ୍ ଜିତି ନିଜର ପତିଆରା ଜାହିର କରିଥିଲା । କିନ୍ତୁ କାର୍ଡିଫ୍ ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ କମ୍ ବ୍ୟକ୍ କରି ବିଜୟ ହାସଲ କରିଥିଲା। ଏହା ଫଳରେ ସିରିଜ୍ ୧-୧ରେ ରହିଛି । ପ୍ରଥମ ଦୁଇଟି ମ୍ୟାଚ୍ ରେ ଭାରତୀୟ ଦଳ ଓପନରମାନେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ବିଶେଷକରି ଦ୍ୱିତୀୟ ମୁକାବିଲାରେ ଓପନରଙ୍କ ସହ ଲୋୟର ମିଡିଲ୍ ଅର୍ଡର ବ୍ୟାଟମରମାନେ ମଧ୍ୟ ବ୍ୟାଟିଂରେ ନିରାଶଜନକ ପ୍ରଦର୍ଶନ କରିଥିଲେ । ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ ଲର୍ଡସ୍ ରେ ଇତିହାସ ରଚିବାକୁ ନେଇ କ୍ରିକେଟ୍ ଫ୍ୟାନ୍ ଙ୍କ ଭିତରେ ଜିଜ୍ଞାସା ଭରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !