Masthead

୭୨ ଘଣ୍ଟା ପରେ ବି ହତ୍ୟାକାରୀଙ୍କ ଟେର ପାଉନି ପୋଲିସ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଗଣହତ୍ୟା ଘଟଣାକୁ ୭୨ ଘଣ୍ଟା ବିତିଲାଣି। କିନ୍ତୁ ହତ୍ୟାକାରୀ ସମ୍ପର୍କରେ କୌଣସି ସୁରାକ କି ଟେର ବି ପାଇ ପାରୁନି ପୋଲିସ । ସନ୍ଦେହରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । କାହିଁକି, କିଏ, କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଭିଆଇଲା ତା’ର କାରଣ ଖୋଜି ପାରିନି କି କୌଣସି ଠୋସ ପ୍ରମାଣ ପୋଲିସ ହାତରେ ଲାଗିନି। ଏପରିକି ୩ଦିନ ହେଲା ଖୋଦ୍ ଏସପି ସେଠାରେ ଡେରା ପକାଇଥିଲେ ବି ସଂଗଠିତ ହତ୍ୟାକାଣ୍ଡ ସମ୍ପର୍କରେ କିଛି ସୁରାକ ପାଇ ପାରିନାହାନ୍ତି ।

୧୧ ତାରିଖରେ ପାଟଣାଗଡ଼ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା । ଘଟଣାଟି ପୂର୍ବଦିନ ରାତିରେ ଘଟିଥିଲା । କିନ୍ତୁ ତା’ଆରଦିନ ସକାଳେ ଲୋକେ ଜାଣିବାକୁ ପାଇଥିଲେ । ଗୋଟିଏ ଘରେ ୬ ଜଣଙ୍କ ମୃତଦେହ ପଡ଼ିଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ସ୍ୱାମୀ-ସ୍ତ୍ରୀ ସହ ତାଙ୍କର ୪ ପିଲାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିବା ପରେ ମର ଶରୀରରେ କମ୍ବଳ ଘୋଡାଇ କୁଆଡେ ଫେରାଇ ହୋଇ ଯାଇଛନ୍ତି ହତ୍ୟାକାରୀ ।
ଖବର ପାଇ ପାଟଣାଗଡ଼ ପୋଲିସ, ତହସିଲଦାର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଏସପି ସନ୍ଦୀପ ସମ୍ପଦ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ । ପାରିପର୍ଶ୍ଵିକ ସ୍ଥିତି ନିରୀକ୍ଷଣ ପରେ ଏହା ସୁପରିକଳ୍ପତ ହତ୍ୟାକାଣ୍ଡ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଘଟଣାକୁ ଗୁରୁତର ଭାବେ ନେଇ ଖୋଦ୍ ଏସପି ସେଠାରେ ଡେରା ପକାଇ ଅନୁସନ୍ଧାନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା