Masthead

ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..

କଟକ(ବଡ଼ ଖବର ବ୍ୟୁରୋ):  ମୁଣ୍ଡଳୀ ଠାରେ ବୃଦ୍ଧି ପାଉଛି ମହାନଦୀ ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ବର୍ତ୍ତମାନ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ପ୍ରାୟ ୮ ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି। ବଢ଼ୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାରେଜର ସମସ୍ତ ୧୦ଟି ଗେଟ୍ ଖୋଲା ରଖାଯାଇଛି । ଯାହା ଦ୍ୱାରା ଅତିରିକ୍ତ ପାଣିକୁ ସୁରକ୍ଷିତ ଭାବେ ନଦୀ ତଳମୁଣ୍ଡକୁ ଛଡ଼ାଯାଉଛି। ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାର ସମ୍ଭାବନା ରହିଛି। ଏହାକୁ ନେଇ ପ୍ରଶାସନ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଛି। ଏହା ଫଳରେ ମୁଣ୍ଡୁଳି ପାଖରେ ରହୁଥିବା

ମତ୍ସ୍ୟଜୀବୀ ମାନଙ୍କ ଜୀବିକା ପୁରା ଠପ୍ ହୋଇଯାଇଛି । ପାଣି ନ କମିବା ପର୍ଯ୍ୟନ୍ତ ମାଛ ଧରିବାକୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ମସô୍ୟଜୀବୀମାନଙ୍କୁ ବାରଣ କରିଛନ୍ତି । ନଦୀକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକ ପ୍ରସ୍ତୁତି ରଖିବାକୁ କୁହାଯାଇଛି। ଏପରି ପରିସ୍ଥିତିରେ ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବା ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି । ଜଳପ୍ରବାହରେ ପରିବର୍ତ୍ତନ ହେଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର