Masthead

ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ । ୱାଇ ବି ଖୁରାନିଆଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଜ ବିଦାୟୀ ବକ୍ତବ୍ୟରେ ଓଡ଼ିଶାରେ ସୁଶାସନ କେମିତି କରାଯିବ ସେନେଇ ବାର୍ତ୍ତା ଦେଇଛନ୍ତି ୱାଇ ବି ଖୁରାନିଆ । ଭୁବନେଶ୍ୱରସ୍ଥିତ ପୁଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେବା ଓଡ଼ିଶା ପୁଲିସର ସବୁଠାରୁ ବଡ଼ ଉପଲବ୍ଧି । ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଧିପତ୍ୟ ବିସ୍ତାର  କରିଥିବା ମାଓବାଦୀ ହିଂସା ବିରୋଧରେ ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମିଳିତ  ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛି ।

ଡିଜିପି ଓ୍ବାଇ ବି ଖୁରାନିଆ ବିଦାୟୀ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶାରେ ଶେଷ ହୋଇଛି ନକ୍ସଲବାଦ। ଏହି ବଡ଼ ସଫଳତା ପଛରେ ଯବାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଫଳରେ ଓଡ଼ିଶାକୁ ନକ୍ସଲମୁକ୍ତ କରିବାରେ ସଫଳ ହୋଇଛୁ । ନକ୍ସଲମୁକ୍ତ କରିବାରେ ଓଡ଼ିଶାକୁ ପୁଲିସ ଜାତୀୟକ୍ଷେତ୍ରରେ ସଫଳତା ମିଳିଛି। ସେହିଭଳି ଓଡ଼ିଶା ପୁଲିସ ବିଭାଗରେ ଥିବା ମାନବ ସମ୍ବଳ ଅଭାବ ପୂରଣ ହୋଇଛି । ସବୁ ଥାନାକୁ ପାଟ୍ରୋଲିଂ ଓ ଥାନା ଗାଡ଼ି ଦିଆଯାଇଛି। ରାଜ୍ୟରେ ହତ୍ୟା, ଚୋରି, ଡକାୟତି ଭଳି ମାମଲା କମିଛି। ପ୍ରତି ଥାନାକୁ ତଦନ୍ତ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। ‘ନିଶା ମୁକ୍ତ ଅଭିଯାନରେ ମଧ୍ୟ ଓଡ଼ିଶା ପୁଲିସ ସଫଳ ହୋଇଛି’ । ଗତ ୨ ବର୍ଷରେ ୪ ହଜାର କୋଟିରୁ ଅଧିକ ନାର୍କୋଟିକ୍ସ ଜବତ କରାଯାଇଛି । ସେହିଭଳି ୨୦୨୫ ରେକର୍ଡ ସଂଖ୍ୟକ ନିଖୋଜଙ୍କୁ ଉଦ୍ଧାର କରାଯାଇଛି। ମହିଳା ବିରୋଧୀ ହିଂସା ରୋକିବାରେ ଓଡ଼ିଶା ପୁଲିସରୁ ସଫଳତା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ