Masthead

ପୋଲିସ ହାବୁଡ଼ରେ ମାମୁ-ଭଣଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡ଼ରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାମଭ-ଭଣଜାଙ୍କୁ ଧରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ନୀଳଗିରିର ସତ୍ୟନାରାୟଣ ସ୍ୱାଇଁ ଓ ତାଙ୍କ ଭଣଜା ମୟୂରଭଞ୍ଜ କପ୍ତିପଦା ଥାନା ବଡ଼ ଗୁଡୁଗୁଡ଼ିଆର ଜିତେନ୍ଦ୍ର ନାୟକ। ପୋଲିସ ସେମାନଙ୍କଠାରୁ ସାଢେ ୪କେଜି ଗଞ୍ଜେଇ, ୬ ହଜାର ୧୦୦ ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି ।

ଗୁରୁବାର ସକାଳେ ସତ୍ୟ ଓ ଜିତେନ୍ଦ୍ର କନ୍ଧମାଳରୁ ବସ୍‌ ଯୋଗେ ଗଞ୍ଜେଇ ଆଣି ଭୁବନେଶ୍ୱର ଆସୁଥିଲେ । ଖବର ପାଇ ପୋଲିସ ଆରମ୍ଭ କରିଥିଲା ତନାଘନା । ବସ୍‌ଷ୍ଟାଣ୍ଡ ନିକଟ ମଦ ଦୋକାନ ସମ୍ମୁଖରେ ସତ୍ୟ ଓ ଜିତେନ୍ଦ୍ର ଏକ ମୁଣି ଧରି ଛିଡ଼ା ହୋଇଥିଲେ । ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବେପାର କରୁଥିବା ମାମୁ-ଭଣଜା ପୋଲିସ ଆଗରେ ମାନିଥିଲେ । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ମାମୁ-ଭଣଜାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ରାଜଧାନୀରେ ସେମାନେ କାହାକୁ ଗଞ୍ଜେଇ ଯୋଗାଉଥିଲେ ପୋଲିସ ଚଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍