ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ସେମାନେ ଖାର୍ଗ ଦ୍ୱୀପ ନିକଟରେ ଏକ ଟାଙ୍କର ଏବଂ ହରମୁଜ ପ୍ରଣାଳୀ ନିକଟରେ ଅନ୍ୟ ଏକ ଟାଙ୍କରକୁ “ସ୍ଥାୟୀ ଭାବରେ ଅଚଳ” କରିଦେଇଛନ୍ତି।  ଏହା ସହ ଓମାନ ସାଗରରେ ତୃତୀୟ ଟାଙ୍କରକୁ “ସମ୍ପୂର୍ଣ୍ଣ ଭାବେ ଧ୍ୱଂସ” କରିଦେଇଛନ୍ତି।

ସେଣ୍ଟକମ୍ ସ୍ପଷ୍ଟ କରିଛି ଯେ, ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୋୟରକୁ ଟାର୍ଗେଟ୍ କରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କରାଯାଇଥିବା ଏକାଧିକ ଆକ୍ରମଣକୁ ସେମାନେ “ସଫଳତାର ସହ ପ୍ରତିହତ” କରିଛନ୍ତି।  ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଥିରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି। ତେବେ ଆମେରିକା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଖଣ୍ଡନ କରିଛି ଇରାନ ।

ଆମେରିକା ଏବଂ ଇରାନ ମଧ୍ୟରେ କିଛି ଦିନର ଶାନ୍ତି ପରେ ପୁଣି ଥରେ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରାୟ ଏକ ସପ୍ତାହ ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାକୁ ନେଇ ପୁଣି ବଢିଛି ଚିନ୍ତା। ଆମେରିକାର ଆକ୍ରମଣ ପରେ ଇରାନର କଡ଼ା ଜବାବ। ଆହୁରି ତୀବ୍ର ହେଲା ଇରାନ୍ -ଆମେରିକା ଯୁଦ୍ଧ। ଆମେରିକାର ଜାହାଜକୁ ଟାର୍ଗେଟ୍ କରି ଇରାନର ଜୋରଦାର ଆକ୍ରମଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!