Masthead

ମେଳ ଖାଉନି ଟେଷ୍ଟ ରିପୋର୍ଟ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଜଗତସିଂହପୁରରେ ବିବାଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଟେଷ୍ଟ ରିପୋର୍ଟ । ଏପରିକି ଟେଷ୍ଟ ରିପୋର୍ଟ ଭୁଲ ଆସୁଥିବା ମଧ୍ୟ ଅଭିଯୋଗ ଆସୁଛି । ରୋଗୀଙ୍କୁ ଭୁଲ ଚିକିତ୍ସା କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଟେଷ୍ଟ କରିଥିବା ରୋଗୀଙ୍କ ରିପୋର୍ଟ ପଜିଟିଭ୍ କୁହାଯାଉଥିବା ବେଳେ କୋଭିଡ ଟେଷ୍ଟ ଦାୟିତ୍ୱରେ ଥିବା କର୍ମଚାରୀମାନେ ରିପୋର୍ଟ ଦେଉନାହାନ୍ତି । ଆଶ୍ଚର୍ୟ୍ୟଜନକ ଭାବେ ଉକ୍ତ ରୋଗୀଙ୍କ କଟକ ମେଡିକାଲରେ ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ ଆସିଛି । ପଟିଲୋ ପଞ୍ଚାୟତ ବାରଙ୍ଗ ଗ୍ରାମର ୬୦ ବର୍ଷୀୟ ଶ୍ୟାମ ସୁନ୍ଦର ବେହେରାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସେଠାରେ ଡାକ୍ତରମାନେ ଶ୍ୟାମସୁନ୍ଦର ଆପେଣ୍ଡିସାଇଟ ରୋଗରେ ପୀଡ଼ିତ କହି କଟକ ପଠାଇଦେଲେ । କଟକର ଏକ ନର୍ସିଂହୋମରେ ଶ୍ୟାମ ସୁନ୍ଦର ପହଞ୍ଚିବା ପରେ ତାଙ୍କ କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଟେଷ୍ଟ ପାଇଁ ତାଙ୍କୁ ଜଗତସିଂହପୁର ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି କୋଭିଡ ଟେଷ୍ଟ କରି ଶ୍ୟାମସୁନ୍ଦର କୋଭିଡ ପଜିଟିଭ ବୋଲି କୁହାଯାଇଥିଲା । ତେବେ ତାଙ୍କର ପେଟ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ତାଙ୍କୁ କଟକ ମେଡିକାଲ ନେଇଯାଇଥିଲେ । କଟକ ମେଡିକାଲରେ ଓପିଡି କାର୍ଡ ନମ୍ବର କାଜୁଆଲଟି ୭୧୩୨୦ ଅନୁସାରେ କୋଭିଡ ଟେଷ୍ଟ କରାଯାଇଥିଲା । ମାତ୍ର କଟକ ଏସସିବି ମେଡିକାଲରେ ଶ୍ୟାମସୁନ୍ଦରଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ଏବଂ ଡାକ୍ତର ତାଙ୍କୁ ଆପେଣ୍ଡିସାଇଟ ନ ଥିବା କହିଥିଲେ । ସାଧାରଣ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇ ଫେରିଛନ୍ତି । ଏ ଭଳି ସ୍ଥିତିରେ ଶ୍ୟାମସୁନ୍ଦରଙ୍କ ପୁଅ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋଭିଡ ରିପୋର୍ଟ ମାଗିବାରୁ କର୍ମଚାରୀ ରିପୋର୍ଟ ଦିଆଯିବ ନାହିଁ ବୋଲି କହି ଫେରାଇ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ କୋଭିଡ ରିପୋର୍ଟ ସାଙ୍ଗକୁ ଭୁଲ ଚିକିତ୍ସାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ