Masthead

ରାଜ୍ୟରେ ପ୍ରତିଷ୍ଠା ହେବ ୪ ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ କୋର୍ଟ। ବାଣିଜ୍ୟିକ ମାମଲାଗୁଡ଼ିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଓଡ଼ିଶା ସିଭିଲ କୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ଉପଧାରା (୧)ର କ୍ଷମତା ପ୍ରୟୋଗ କରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ଧାରା ୩ ସହିତ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟିକ ବିଭାଗ ଅଧିସୂଚନା ସଂଖ୍ୟା ୧୨୬୪୦, ତା୨୬.୧୦.୨୦୧୭ରିଖ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ସିଭିଲ ଜଜ୍ (ସିନିୟର ଡିଭିଜନ) କୋର୍ଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ହାଇକୋର୍ଟ ସବୁଜ ସଙ୍କେତ ଦେବା ପରେ ସରକାର ବାଣିଜ୍ୟିକ କୋର୍ଟ ଖୋଲିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା କୋର୍ଟ ପରିସରରେ ବର୍ତ୍ତମାନ ପାଇଁ ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଏହି ବାଣିଜ୍ୟିକ କୋର୍ଟଗୁଡ଼ିକର ଜୁରିସଡିକ୍ସନ୍ ନିର୍ଦ୍ଧାରଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ