ବାରିପଦା (ବଡ଼ ଖବର ବ୍ୟୁରୋ): ଥମୁନି ଲଜ୍ଜା। ପୁଣି ଜଣେ ଶିଶୁକୁ ବଳାତ୍କାର। ୪ବର୍ଷର ଶିଶୁକୁ ବୁଲାଇ ନେବା ବାହାନାରେ ବାରିପଦା ସହର ନିକଟ ଏକ ଜଙ୍ଗଲରେ ବଳାତ୍କାର କରିଛନ୍ତି ଜଣେ ଯୁବକ। ସୂଚନା ମୁତାବକ ବାରିପଦା ସହର ୱାର୍ଡ ନମ୍ବର ୧୧ ସୁନାମୁହିଁ ଅଞ୍ଚଳର ଲାଡୁଲୁ ସିଂଙ୍କ ପୁଅ ଶିବ ସିଂ (୨୬) ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଷ୍ଟେସନ ବଜାର ଅଞ୍ଚଳରେ ରହୁଥିବା ତାଙ୍କ ପରିଚିତ ଜଣେ ୪ବର୍ଷର ଶିଶୁକୁ ବୁଲାଇନେବାକୁ କହି ଘରୁ ଡାକିନେଇଥିଲେ। ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ରାତିରେ ଘରେ ଛାଡ଼ିବା ପରେ ଶିଶୁଟି ସମସ୍ତ ବିଷୟ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ମାମଲା ରୁଜୁ କରି ଶିବ ସିଂଙ୍କୁ ଗିରଫ କରିଛି। ଅନ୍ୟପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Prev Post
Next Post
ଆଗକୁ ପଢନ୍ତୁ