Masthead

ଦୀପାବଳିରେ ଲିଭିଗଲା ଜୀବନ ଦୀପ

ହରିଚନ୍ଦନପୁର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତର ସମାଜସେବୀ ସୁଶାନ୍ତ ମହାପାତ୍ର ଶନିବାର ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମହାପାତ୍ରଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମହାପାତ୍ର ଜଣେ ବିଶିଷ୍ଟ ସମାଜସେବୀ ଥିଲେ। ଦୁଃଖି ଓ ଦରିଦ୍ରଙ୍କ ମନ କଥା ସେ ବୁଝିପାରୁଥିଲେ। କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ମଧ୍ୟ ଥିଲେ ସୁଶାନ୍ତ। ପରେ କଂଗ୍ରେସ ସହ ଯୋଡ଼ି ହୋଇ ଜାମୁଯୋଡ଼ି ପଞ୍ଚାୟତର ସମିତିସଭ୍ୟ ପଦରେ ରହି ଅନେକ ଉନ୍ନତିମୂଳକ କାମ କରିଥିଲେ। ସୁଶାନ୍ତ ଅନେକ ଧର୍ମାନୁଷ୍ଠାନ ସହ ମଧ୍ୟ ଜଡ଼ିତ ଥିଲେ। ସେଥିପାଇଁ ଖାଲି ହରିଚନ୍ଦନପୁର ନୁହେଁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବେଶ୍ ପରିଚିତ ଥିଲେ ସେ। ଶହ ଶହ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା