Masthead

ମୋବାଇଲ ଫାଟି ଶିଶୁ ଗୁରୁତର

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ଆହତ ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ତଳ ବିଲାଂସିଲ ଗାଁର ରୋହିତ ନାଚିକା ବର୍ଷେ ତଳେ ଜିଓ କମ୍ପାନୀର ମୋବାଇଲ କିଣିଥିଲେ । ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇଥିଲେ । ମୋବାଇଲ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଖଟରେ ରଖି ଦେଇଥିଲେ। ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନାଚିକା ଶୋଇଥିଲେ । ରାତି ପ୍ରାୟ ଗୋଟାଏରେ ମୋବାଇଲ ଫାଟିଥିଲା। ବର୍ଷାର ମୁହଁ ପୂରା ପୋଡ଼ିଯାଇଛି। ରାତିରେ ଉପଯୁକ୍ତ ମେଡିକାଲ ସୁବିଧା ନ ମିଳିବାରୁ ସେମାନେ ବର୍ଷାକୁ ତୋୟାପୁଟର ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇ ଗାଁକୁ ନେଇ ଯାଇଥିଲେ । କିନ୍ତୁ ପୋଡ଼ି ହୋଇଥିବା ସ୍ଥାନରେ ଅସହ୍ୟ ଯନ୍ତ୍ରଣା ହେବାରୁ ସୋମବାର ସକାଳେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ । ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଏବେ ବର୍ଷାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପରିବାର ଲୋକେ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ