Masthead

ମଝି ଆକାଶରେ ଜନ୍ମ ନେଲା କନ୍ୟା ସନ୍ତାନ

ଜୟପୁର (ବଡ଼ ଖବର ବ୍ୟୁରୋ): ଭୂପୃଷ୍ଟଠାରୁ ଢେର ଉଚ୍ଚରେ ଉଡ଼ୁଥିଲା ଇଣ୍ଡିଗୋ ବିମାନ ୬ଇ-୪୬୯ ବିମାନ । ସକାଳ ୫ ଟା ୪୫ରେ ବେଙ୍ଗାଲୁରୁର ଉଡ଼ାଣ ଭରିଥିବା ଏହି ବିମାନରେ ଥିଲେ ଗର୍ଭବତୀ । ବିମାନଟି ଯେତେ ଉଚ୍ଚ ଉଠୁଥିଲା ମହିଳାଙ୍କ ଗର୍ଭବେଦନା ବଢିଚାଲିଥିଲା । ତାଙ୍କ କଷ୍ଟ ସହିପାରିଲେନି ଏୟାରହୋଷ୍ଟେସ ।

ଘୋଷଣା କଲେ କେହି ଡାକ୍ତର ଥିଲେ ତୁରନ୍ତ ସହଯୋଗ କରନ୍ତୁ । ଏୟାରହୋଷ୍ଟସଙ୍କ ଆକୁଳ ନିବେଦନ ଓ ଗର୍ଭବତୀଙ୍କ ଚିତ୍କାର ସହିପାରିଲେ ନାହିଁ ଯାତ୍ରୀମାନଙ୍କ ମଧ୍ୟରେ ଥିବା ଡାକ୍ତର ଶୁଭନା ନାଜିର । ବଢାଇଲେ ସହୋଯୋଗର ହାତ । ତାଙ୍କୁ ସହଯୋଗ କଲେ ଏୟାରହୋଷ୍ଟସ । ବିମାନ ଭିତରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ । ଏତିକିରେ ବିମାନ କର୍ମଚାରୀଙ୍କ କର୍ତ୍ତବ୍ୟ ସରିନଥିଲା ।

ସକାଳ ୮ଟାରେ ଜୟପୁର ବିମାନ ବନ୍ଦରରେ ବିମାଟି ଅବତରଣ କରିବା ବେଳକୁ ଡାକ୍ତର ଓ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲେ । ବିମାନଟି ଅବତରଣ କରିବା ସଂଗେ ସଂଗେ ମହିଳା ଓ ନବଜାତଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା ଓ ନବଜାତ କନ୍ୟା ଏବେ ସୁସ୍ଥ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ