Masthead

ଏଣିକି ପ୍ରି-କୋଭିଡ଼ କ୍ଷମତାର ସର୍ବାଧିକ ୮୫ ପ୍ରତିଶତ ବିମାନ ଚଳାଚଳ କରିପାରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳରେ କଟକଣା ଜାରି କରାଯାଇଥିଲା । ଏନେଇ ବିମାନ କମ୍ପାନୀଗୁଡ଼ିକ ସମସ୍ତ କୋଭିଡ଼ ଗାଇଡ଼ଲାଇନ ପାଳନ କରି ନିଜର ବିମାନସେବା ଜାରି ରଖିଥିଲେ । ଏହା ମଧ୍ୟରେ ବିମାନସେବାକୁ ନେଇ ଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ସୋମାନଙ୍କ ପ୍ରି-କୋଭିଡ଼ କ୍ଷମତାର ସର୍ବାଧିକ ୮୫ ପ୍ରତିଶତ ଘରୋଇ ବିମାନ ଚଳାଇବାକୁ ଅନୁମତି ମିଳିଛି । ଅନ୍ୟପଟେ ଏହା ପୂର୍ବରୁ ମନ୍ତ୍ରଣାଳୟ ୭୨.୫ ପ୍ରତିଶତ ପ୍ରି-କୋଭିଡ଼ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦେଇଥିଲା ।

ଦୁଇମାସ ବିରତି ପରେ ଗତ ବର୍ଷ ମେ ୨୫ରେ ଯେତେବେଳେ ସରକାର ଧାର୍ଯ୍ୟ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଥିଲେ, ସେତେବେଳେ ମନ୍ତ୍ରଣାଳୟ ପରିବହନକାରୀଙ୍କୁ ସେମାନଙ୍କ ପୂର୍ବ କୋଭିଡ଼ ଘରୋଇ ସେବାଗୁଡ଼ିକର ୩୩ ପ୍ରତିଶତରୁ ଅଧିକ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା । ହେଲେ ଡ଼ିସେମ୍ବର ୨୦୨୦ ସୁଦ୍ଧା ଏହା ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଯାହା ୨୦୨୧ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି