Masthead

ଏଣିକି ପ୍ରି-କୋଭିଡ଼ କ୍ଷମତାର ସର୍ବାଧିକ ୮୫ ପ୍ରତିଶତ ବିମାନ ଚଳାଚଳ କରିପାରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳରେ କଟକଣା ଜାରି କରାଯାଇଥିଲା । ଏନେଇ ବିମାନ କମ୍ପାନୀଗୁଡ଼ିକ ସମସ୍ତ କୋଭିଡ଼ ଗାଇଡ଼ଲାଇନ ପାଳନ କରି ନିଜର ବିମାନସେବା ଜାରି ରଖିଥିଲେ । ଏହା ମଧ୍ୟରେ ବିମାନସେବାକୁ ନେଇ ଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ସୋମାନଙ୍କ ପ୍ରି-କୋଭିଡ଼ କ୍ଷମତାର ସର୍ବାଧିକ ୮୫ ପ୍ରତିଶତ ଘରୋଇ ବିମାନ ଚଳାଇବାକୁ ଅନୁମତି ମିଳିଛି । ଅନ୍ୟପଟେ ଏହା ପୂର୍ବରୁ ମନ୍ତ୍ରଣାଳୟ ୭୨.୫ ପ୍ରତିଶତ ପ୍ରି-କୋଭିଡ଼ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦେଇଥିଲା ।

ଦୁଇମାସ ବିରତି ପରେ ଗତ ବର୍ଷ ମେ ୨୫ରେ ଯେତେବେଳେ ସରକାର ଧାର୍ଯ୍ୟ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଥିଲେ, ସେତେବେଳେ ମନ୍ତ୍ରଣାଳୟ ପରିବହନକାରୀଙ୍କୁ ସେମାନଙ୍କ ପୂର୍ବ କୋଭିଡ଼ ଘରୋଇ ସେବାଗୁଡ଼ିକର ୩୩ ପ୍ରତିଶତରୁ ଅଧିକ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା । ହେଲେ ଡ଼ିସେମ୍ବର ୨୦୨୦ ସୁଦ୍ଧା ଏହା ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଯାହା ୨୦୨୧ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ