Masthead

ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ଆବାସ: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ତିନୋଟି ପ୍ରସଙ୍ଗରେ ରଖିଛନ୍ତି ମତ । କହିଛନ୍ତି ଆବାସ ଯୋଜନାରେ ଓଡ଼ିଶାରେ ୪ ଲକ୍ଷ ଘର କେନ୍ଦ୍ର ସରକାର କାଟି ଦେଇଛନ୍ତି । ଯେଉଁ ୮ ଲକ୍ଷ ଦେଲେ ସେଥିପାଇଁ ୮ ବର୍ଷ ସମୟ ନେଲେ । ଆବାସ ଯୋଜନା ଦେବାରେ ଅବହେଳା କଲେ । ବିଧାନସଭାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଏ ନେଇ ଅନେକ ବାର ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଦାବି ରଖିବା ପରେ ଶେଷରେ ଯେଉଁ ଘର ଯୋଜନା ଆସିଲା କାର୍ଯ୍ୟକାରୀ କରିବାରେ ଦୀର୍ଘ ସମୟ ଚାଲିଗଲା ।

ଯୋଜନା ଲୋକଙ୍କ ପାଖରେ ପହଁଚେଇବା ସମୟରେ ଯେଉଁ ନୀତି ନିୟମ ଅଛି । ଜମି ଆଧାରରେ ଘର ଦିଆଯାଏ । ସେଥିପାଇଁ ପର୍ଯ୍ୟାୟରେ କ୍ରମେ କାର୍ଯ୍ୟକ୍ରମ ଚାଲିଛି । ଜମିର ପଟ୍ଟା ନିର୍ଦ୍ଧାରଣ କରିବା ପରେ ବ୍ଲକରେ ଘର ଦେବାକୁ ବ୍ୟବସ୍ଥା କରାଯାଉଛି । ସେ ଆହୁରି ମଧ୍ୟ କହୁଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଏକ ଗ୍ରାମାଞ୍ଚଳ ଭିତିକ ଯୋଜନା । ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଲୋକଙ୍କର ବିଶେଷ ଦାବି ଥାଏ । ମଠ ମନ୍ଦିରର ପୁର୍ନଉଦ୍ଧାର, ରାସ୍ତା ସଂଯୋଗୀକରଣ, କ୍ଳବ ଓ ଭାଗବତ ଘର ଏବଂ ଶବ ସତ୍କାର ଗୃହ ନେଇ ଥିବା ସମସ୍ୟାର ସମାଧାନ ପାଇଁ ଏହି ବ୍ୟବସ୍ଥା । ପ୍ରତି ପଂଚାୟତକୁ ୫୦ ଲକ୍ଷ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି ।

ଏ ସମସ୍ତ ଯୋଜନା ତୃଣମୂଳ ସ୍ତରରୁ ଆସିବାକୁ ନିର୍ଦ୍ଦେଶ ରହିଛି । ଗାଁ ଲୋକ, ପଂଚାୟତ ଲୋକପ୍ରତିନିଧିଙ୍କ ପରାମର୍ଶ ପରେ ଅନୁମୋଦନ ପାଇଁ ଆସିବ । ଲୋକଙ୍କ ସିଧାସଳଖ ସମ୍ପୃକ୍ତି ଏଥିରେ ରହିବ । କାର୍ଯ୍ୟକାରିତା ଫଳପ୍ରଦ ହେବ । ଏବେ ଯୋଜନାର ଚିଠା ପ୍ରସ୍ତୁତି ଚାଲିଛି । ଆସନ୍ତା ୨୫ ତାରିଖ ମଧ୍ୟରେ ସମସ୍ତ ଚିଠା ପ୍ରସ୍ତୁତି ହୋଇଯିବ । ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବ । ଓଡ଼ିଶାରେ ବିଜେଡି ଦଳ ଲୋକମାନଙ୍କ ମନ ଓ ହୃଦୟରେ ଅଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ଶଙ୍ଖ ଚିହ୍ନ ଓ ବିଜେଡି ଦଳ ରହିଛି । ବିଜେଡିକୁ ଲୋକଙ୍କ ହୃଦୟରୁ କାଢ଼ିବା କୌଣସି ପରିସ୍ଥିତିରେ ସମ୍ଭବ ନୁହେଁ । ଯେଉଁମାନେ କହୁଛନ୍ତି, ସେମାନେ ପ୍ରଥମେ ନିଜ ଘର ସମ୍ଭାଳନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା