Masthead

ଐଶ୍ୱର୍ଯ୍ୟା ରାୟଙ୍କ ଡୁପ୍ଲିକେଟ୍ ଆମନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଚେହେର । ତାଙ୍କ ପରି ଠାଣି ସବୁ କିଛି ତାଙ୍କ ପରି, ଫଟୋ ପୋଜ ବି ଦେଉଛନ୍ତି ଐଶ୍ୱର୍ଯ୍ୟାଙ୍କ ପରି । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନର ଜଣେ ଯୁବତୀ ଆମନା ଇମ୍ରାନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମନାଙ୍କ ଇନ୍ଷ୍ଟାଗ୍ରାମରେ ଏମିତି ଅନେକ ଫଟୋ ରହିଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କ ପରି ଲାଗୁଛନ୍ତି । ଆମନା ଏବେ ଆମେରିକାରେ ରହୁଥିବା ବେଳେ ସେ ଜଣେ ବ୍ୟୁଟିବ୍ଲଗର ଅଟନ୍ତି । ସବୁଠାରୁ ଖାସ କଥା ହେଉଛି ଆମନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିଲେ ଲାଗୁଛି ସେ ଐଶ୍ୱର୍ଯ୍ୟାଙ୍କୁ କପି କରୁଛନ୍ତି । ଅନେକ ତାଙ୍କ ଫଟୋ ଦେଖି ଧୋକା ଖାଇ ଯାଉଛନ୍ତି । ସେହିପରି ଅନେକ ୟୁଜର ଆମନାଙ୍କୁ ଐଶ୍ୱର୍ଯ୍ୟା ବୋଲି ଧରିନେଇଥିବା କମେଣ୍ଟରେ ଲେଖିଛନ୍ତି । ସୋସିଆଲ ମିଡିଆରେ ୪୦୦୦ ୟୁଜର ଆମନାଙ୍କୁ ଫଲୋ କରୁଛନ୍ତି ।

ଆମନା ମଧ୍ୟ ନିଜେ ମାନିଛନ୍ତି ଯେ, ସେ ଐଶ୍ୱର୍ଯ୍ୟାଙ୍କ ପରି ଦେଖିବାକୁ । ଆଉ ଏହି କାରଣରୁ ସେ ତାଙ୍କ ବାୟୋରେ ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ କାର୍ବନ କପି । ସେ ତାଙ୍କ ବାୟୋରେ ଶାନ୍ତି, ପ୍ରେମ, ଏକତା, ସହନଶୀଳତା ଓ ନମ୍ରତା ଉପରେ ବିଶ୍ୱାସ ରଖୁଥିବା ତାଙ୍କ ବୟୋରେ ଉଲ୍ଲେଖ ରହିଛି । ସେହିଭଳି ଅନେକ ୟୁଜର ସେ ପ୍ଲାଷ୍ଟିକ ସରର୍ଜରି କରି ଐଶ୍ୱର୍ଯ୍ୟାଙ୍କ ପରି ହେବାକୁ ଚେଷ୍ଟା କରିଥିବା କମେଣ୍ଟ ଦେଇଛନ୍ତି । ଏପଟେ ପ୍ରଶଂସା ହେଉ କି ସମାଲୋଚନା ତାଙ୍କ ଫଟୋକୁ ନେଇ ଏତେ ଚର୍ଚ୍ଚାପରେ ଇଣ୍ଟରନେଟ ବ୍ୟବହାର କାରିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ତାଙ୍କୁ ମିଳିଥିବା ସ୍ନେହ, ପ୍ରେମ ଭଲପାଇବା ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମନାଙ୍କ ପରି ଆଉଜଣେ ଅଭିନେତ୍ରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ସ୍ନେହା ଉଲାଲ ନାମକ ଏହି ଅଭିନେତ୍ରୀ ୨୦୦୫ରେ ଲକି ନୋ ଟାଇମ୍ ଫର ଲଭ ରେ ବଲିଉଡରେ ଡେବ୍ୟୁ କରିଥିଲେ । ତା ଛଡା ଟିକଟକ ଷ୍ଟାର ମାନସି ଏବଂ ଆସିତା ମଧ୍ୟ ଐଶ୍ୱର୍ଯ୍ୟାଙ୍କ ପରି ଅବିକଳ ଦେଖିବାକୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ