Masthead

ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଅକ୍ଷୟ

ପୁରୀ (ବଡ଼ ଖବର ବ୍ୟୁରୋ): ଦୁନିଆ ତାଙ୍କୁ କହେ ଭିନ୍ନକ୍ଷମ | କିନ୍ତୁ ସେ ଯେ ସକ୍ଷମ ତାହା ସେ ପ୍ରମାଣ କରି ଦେଖାଇଛନ୍ତି | ନାମ ତାଙ୍କର ଅକ୍ଷୟ ପରିଡା | ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଂଚାୟତର ରେନ୍ଦୁଅରେ ତାଙ୍କର ଘର | ସାତ ବର୍ଷ ତଳେ ରାଜ୍ୟ ବାହାରେ ଏକ କମ୍ପାନୀରେ କାମ କରୁଥିବା ସମୟରେ ଗାଡି ଧକ୍କାରେ ଗୁରୁତର ଆହତ ହେବା ସହ ଅକ୍ଷୟଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡିଥିଲା | ଦୁର୍ଘଟଣା ପରେ ପରିବାର ଚଳାଇବା ଅକ୍ଷୟଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା | କିନ୍ତୁ କଥାରେ ଅଛି ଇଛା ଥିଲେ ଉପାୟ ଆପେ ମିଳେ | ମନ ବଳ ଦୃଢ କରି ଅକ୍ଷୟ ଆରମ୍ଭ କଲେ ନୂଆ ଜୀବନ | ଅସ୍ତରଙ୍ଗ ଉକୁଳେଇ ଛକ ନିକଟରେ ଏକ ପାନ ଦୋକାନ ଟିଏ କରି ପରିବାର ପ୍ରତିପୋଷଣ କରୁଛନ୍ତି ଅକ୍ଷୟ |

ମିଷ୍ଟ ଭାସି ଓ ସୁ ସ୍ବାଦୁ ପାନ ଦେଇ ଗ୍ରାହକଙ୍କ ମନ ଜିଣନ୍ତି ସେ | ଦିବ୍ୟାଙ୍ଗ ଅକ୍ଷୟ ଏବେ ସମାଜ ପାଇଁ ପ୍ରେରଣ ସାଜିଛନ୍ତି | କିନ୍ତୁ କରୋନାର ଦ୍ୱିତୀୟ ଲହରୀରେ ଦୋକାନ ବଜାର ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡିଛି | ସରକାରୀ ସୁବିଧା କହିଲେ ଅକ୍ଷୟ ପାଉଛନ୍ତି ଦିବ୍ୟାଙ୍ଗ ଭତ୍ତା ଓ ରାସନ କାର୍ଡ଼ରେ ଚାଉଳ | ଲକଡାଉନରେ ବେପାର ମାନ୍ଦା ପଡିଯାଇଛି | ତଥାପି ଅକ୍ଷୟ ଉଠି ପଡି ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି, ତେବେ ଅକ୍ଷୟଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଦାବି ହୋଇଛି | ଜଣେ ଦିବ୍ୟାଙ୍ଗ ହୋଇ ସମାଜ ପାଇଁ ପ୍ରେରଣା ସାଜିଥିବା ବେଳେ ସରକାର ଓ ସ୍ଥାନୀୟ ପ୍ରଶାସନ ତାଙ୍କପାଇଁ ପାଦେ ଆଗେଇ ଆସିଲେ ଅକ୍ଷୟ ଆଉ ଦୁଇ ପାଦ ଆଗକୁ ଯାଇ ପାରନ୍ତେ ଗ୍ରାମବାସୀମାନେ କହିଛନ୍ତି |

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ