Masthead

ପୁଣି ଆଉ ଏକ ହିଟ୍ ଆଣ୍ଡ ରନ୍ ମାମଲା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ହିଟ୍ ଆଣ୍ଡ ରନ୍ ମାମଲା । ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ମହୋବାରେ ଜେଜେ ନାତିଙ୍କୁ ୨ କିଲୋମିଟର ଘୋଷାଡ଼ି ନେଇଛି ଡମ୍ପର । ସ୍କୁଟିକୁ କାର୍ ଘୋଷାଡି ନେଉଛି ତ ଆଉ କେଉଁଠି ବ୍ୟକ୍ତିଙ୍କୁ କାର୍। ନିକଟରେ ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର୍ ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ଘଟିଛି ସମାନ ଘଟଣା। ମାର୍କେଟ ଯାଉଥିବା ବେଳେ ଜେଜେ-ନାତୀଙ୍କୁ ଏକ ଡମ୍ପର୍ ଧକ୍କା ଦେଇ ୨ କିଲୋମିଟର ଘୋଷାଡି ନେଇଛି।

ଉତ୍ତରପ୍ରଦେଶର ମହୋବା ସହରର ଜଣେ ୬୭ ବର୍ଷୀୟ ବୃଦ୍ଧ ନିଜ ୬ ବର୍ଷର ନାତୀକୁ ସ୍କୁଟିରେ ବସାଇ ମାର୍କେଟ୍ ଯାଉଥିଲେ। ଏତିକି ବେଳେ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର୍। ତେବେ ଘଟଣାସ୍ଥଳରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଡମ୍ପର ତଳେ ସ୍କୁଟି ସମତେ ୬ ବର୍ଷର ଛୋଟ ଛୁଆ ଫସି ଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ