Masthead

ଦୁଃଖ ଏମିତି ବି ଆସେ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁଃଖ ଏମିତି ବି ଆମେ । ଏତେ ନିଷ୍ଠୁର ହୋଅଆସେ । ବିଶିଷ୍ଟ ଶିଳ୍ପୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ ଏମିତି ଦାରୁଣ ଦୁଃଖ ଆସିଛି, ଯିଏ ଶୁଣୁଛି ସେ ହତବାକ ହୋଇଯାଉଛି । ୧୨ ଦିନ ତଳେ କରୋନାରେ ରଘୁନାଥଙ୍କ ବିୟୋଗ ହୋଇଥିଲା । ସାରା ରାଜ୍ୟ ପାଇଁ ତାହା ଥିଲା ଅପୂରଣୀୟ କ୍ଷତି । ଦୁଃଖର କଥା, ବାପାଙ୍କ ଏକାଦଶାହରେ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହେଲା । ଏ ଦୁଃଖ ସମ୍ଭାଳିବା ପରିବାର ପକ୍ଷେ ଅତ୍ୟନ୍ତ କଷ୍ଟଦାୟକ ଥିଲା । ଏହି କଷ୍ଟ ସବୁ ସୀମା ଲଙ୍ଘିଯାଇଛି । ସାନ ଭାଇର ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ବଡ଼ ଭାଇ ଯଶୋବନ୍ତ ଆଖି ବୁଜିଦେଇଛନ୍ତି । ହତବାକ ହୋଇଯାଇଛି ସମଗ୍ର ରାଜ୍ୟ । ଭଗବାନ କାହିଁକି ଏତେ ନିଷ୍ଠୁର ସାଜିଲେ, କାହିଁକି ପୂରା ପରିବାରକୁ ଉଜାଡି ଦେଲେ । ଈଶ୍ୱରଙ୍କ ଏ ନିଷ୍ଠୁରତା ଅସହ୍ୟ । କେହି କିଛି ବି ବୁଝିପାରୁନାହାନ୍ତି । ଗୋଟିଏ ପରିବାରର ୩ ପୁରୁଷଙ୍କୁ ୧୨ ଦିନରେ ମୃତ୍ୟୁ ଶଯ୍ୟାରେ ଶଆଇ ଦେଇଛି ମହାମାରୀ । ଜଗତର ନାଥ ତାଙ୍କ ପରିବାରକୁ ଏ ଦୁର୍ଦ୍ଦଶା ସହିବାର ଶକ୍ତି ଦିଅନ୍ତୁ, ଏହା ସମସ୍ତଙ୍କ ପ୍ରାର୍ଥନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ