Masthead

ଏନସିବି ଆଗରେ କାନ୍ଦିଲେ ଆର୍ଯ୍ୟନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ଡ୍ରକ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ଗତକାଲି ତାଙ୍କୁ ପୋଲିସ ଡ୍ରକ୍ସ ଲିଙ୍କ ମାମାଲାରେ ଗିରଫ କରିଥିଲା । ତେବେ ଆଜି ଆର୍ଯ୍ୟନ ଏନସିବି ଆଗରେ ସବୁକିଛି ସତ ମାନି ନେଇଛନ୍ତି । ଏନସିବିର ଜେରା ବେଳେ ଆର୍ଯ୍ୟନ କାନ୍ଦି ପାକାଇଥିଲେ । ନିଜ କୋହକୁ ଅଟକାଇ ପାରି ନଥିଲେ । ଆଉ ଶେଷରେ ଏନସିବି ସମ୍ମୁଖରେ ସବୁ କିଛି ସତ ମାନି ଖୋଲି କହିଛନ୍ତି  ଆର୍ଯ୍ୟନ । ଶନିବାର ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ସେ ଧରା ପଡିଥିଲେ । ପରେ ରବିବାର ଏନସିବି ତାଙ୍କୁ ଗିରଫ କରିଛି । ଗିରଫ ପରେ ଅଧିକ ପଚରାଉଚରା ମଧ୍ୟ କରୁଛି । ନିଜେ ଡ୍ରଗସ ନେଉଥିବା କଥା ମାନିଛନ୍ତି ଆର୍ଯ୍ୟନ । ସେ ଗତ ୪ ବର୍ଷ ହେଲା ଲଗାତାର ଡ୍ରଗସ ନେଉଥିବା କଥା ସ୍ୱୀକାର କରିଛନ୍ତି ।

ସୂତ୍ରରୁ ଜଣପଡିଛି ଯେ, କିଙ୍କଖାନ୍ ତାଙ୍କ ପୁଅ ଆର୍ଯ୍ୟନଙ୍କ ସହ ଫୋନରେ କଥା ହୋଇଛନ୍ତି । ଆଇନ ଆନୁସାରେ ଆର୍ଯ୍ୟନ ଗିରଫ ହେବା ପରେ, ଏନସିବି ଶାହାରୁଖଙ୍କୁ ତାଙ୍କ ପୁଅ ସହ କଥା କରେଇଥିଲେ । ତେବେ ଆର୍ଯ୍ୟନ ଏନସିବିର ପଚରାଉଚରା ବେଳେ କାନ୍ଦିଥିବା ଜଣ ପଡିଛି । ଅନେକ ପଚରାଉଚରା ପରେ ଏନସିବି ଜାଣିବାକୁ ପାଇଥିଲା ଯେ, ଆର୍ଯ୍ୟନ ବର୍ଷେ କି ୨ ବର୍ଷ ନୁହେଁ ଗତ ୪ ବର୍ଷ ହେବ ସେ ଏହି ନିଶା ସେବନ କରୁଛନ୍ତି । ଖାଲି ଏତିକି ନୁହେଁ ସେ ୟୁକେ, ଦୁବାଇ ଓ ଅନ୍ୟ ଦେଶରେ ବି ଡ୍ରଗସ ନେଉଥିବା କଥା ମାନିଛନ୍ତି । ଆର୍ଯ୍ୟନ ଡ୍ରଗସ କିଣା ବିକାରେ ବି ସାମିଲ ଥିବା କଥା ସାମ୍ନାକୁ ଆସିଛି ।

ଏହି ମାମାଲାରେ ପୋଲିସ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କ ଫୋନ ଜବତ କରିବା ସହ ଫୋନର ମେସେଜ ଖୋଳାତାଡ କରିଛି । ଖୋଳାତାଡ ବେଳେ ଡ୍ରଗ୍ସ ସେଲର ଓ ପେଡେଲରଙ୍କ ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି । ଏନସିବି ଉଭୟ ଆର୍ଯ୍ୟନ ଓ ଅରବାଜଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି । ଗତକାଲିର ଚଢାଉ ପରେ ଏନସିବି ବିପୁଳ ପରିମାଣର ଡ୍ରଗସ ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ