Masthead

ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ…

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଆସିଲା ଅଗଷ୍ଟ ମାସର ଗାଇଡଲାଇନ । ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା । କଟକ, ଭୁବନେଶ୍ବରରେ ଏବଂ ପୁରୀରେ ରାତ୍ରିରେ କର୍ଫ୍ୟୁ ଜାରି ରହିବ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।

ପରିସ୍ଥିତିକୁ ନଜରରେ ରଖି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିସହିତ ଥିଏଟର୍‌ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ରାତି ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହିବ । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ସମସ୍ତ ପର୍ଯ୍ୟଟକ ଗାଇଡଲାଇନ୍‌ ମାନି ପର୍ଯ୍ୟଟନ  ସ୍ଥଳୀ ଭିତରକୁ ପ୍ରବେଶ କରିବେ ।

ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି । ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ । ମୀନା ବଜାର ଖୋଲାଯାଇପାରିବ । ସ୍ବିମିଂ ପୁଲ ମଧ୍ୟ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ