ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଭିତରକନିକା: ଦୀର୍ଘ ୭ ମାସ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅକ୍ଟୋବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛନ୍ତି ରାଜ୍ୟ ସରକାର। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ରାତ୍ରିଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ୍ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ।

୧୬ଟି କଟେଜରେ ସର୍ବାଧିକ ୩୬ଜଣ ପର୍ଯ୍ୟଟକ ରହିପାରିବେ। ପର୍ଯ୍ୟଟକମାନେ ecotourodisha.comରେ ଅନଲାଇନରେ ରୁମ ବୁକ୍ କରିପାରିବେ। ଅନ୍ୟ ପର୍ଯ୍ୟଟକଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅପରପକ୍ଷରେ କରୋନା ମହାମାରୀ ପାଇଁ ଭିତରକନିକା ବନ୍ଦ ଥିବାରୁ ଭିତରକନିକା ଉପରେ ନିର୍ଭର କରି ଚଳୁଥିବା ବୋଟ ମାଲିକଙ୍କଠାରୁ ଆରମ୍ଭ କରି ବୋଟ ଚାଳକ ଏବଂ ହୋଟେଲ, ଜଳଖିଆ ଦୋକାନ, ଚା, ପାନ ଦୋକାନ, ଥଣ୍ଡା ପାନୀୟ ଓ ପଇଡ଼ ପାଣି ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭାବୀ ପରିବାର ଅଭାବ ଅନଟନ ଭିତରେ ଚଳୁଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ବ୍ୟବସାୟୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥିତିରେ ରାତ୍ରିଯାପନ ପାଇଁ ୩୫୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୬୦୦୦ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ରହିଛି । ଯାହା ବଡ଼ବଡ଼ିଆ ପର୍ଯ୍ୟଟକଙ୍କୁ ସୁହାଉଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୩ ତାରିଖରୁ ବନ୍ଦ ଥିବା ଭିତରକନିକା ଗତକାଲି ୭ ମାସପରେ ଖୋଲିଥିଲେ ମଧ୍ୟ ପର୍ଯ୍ୟଟକ ମାନେ ଏଥିରୁ ସେତେଟା ଫାଇଦା ଉଠାଇ ପାରିବେନି ବୋଲି ସ୍ଥାନୀୟ ପରିବେଶବିତ୍ ମତ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!