Masthead

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଭିତରକନିକା: ଦୀର୍ଘ ୭ ମାସ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅକ୍ଟୋବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛନ୍ତି ରାଜ୍ୟ ସରକାର। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ରାତ୍ରିଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ୍ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ।

୧୬ଟି କଟେଜରେ ସର୍ବାଧିକ ୩୬ଜଣ ପର୍ଯ୍ୟଟକ ରହିପାରିବେ। ପର୍ଯ୍ୟଟକମାନେ ecotourodisha.comରେ ଅନଲାଇନରେ ରୁମ ବୁକ୍ କରିପାରିବେ। ଅନ୍ୟ ପର୍ଯ୍ୟଟକଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅପରପକ୍ଷରେ କରୋନା ମହାମାରୀ ପାଇଁ ଭିତରକନିକା ବନ୍ଦ ଥିବାରୁ ଭିତରକନିକା ଉପରେ ନିର୍ଭର କରି ଚଳୁଥିବା ବୋଟ ମାଲିକଙ୍କଠାରୁ ଆରମ୍ଭ କରି ବୋଟ ଚାଳକ ଏବଂ ହୋଟେଲ, ଜଳଖିଆ ଦୋକାନ, ଚା, ପାନ ଦୋକାନ, ଥଣ୍ଡା ପାନୀୟ ଓ ପଇଡ଼ ପାଣି ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭାବୀ ପରିବାର ଅଭାବ ଅନଟନ ଭିତରେ ଚଳୁଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ବ୍ୟବସାୟୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥିତିରେ ରାତ୍ରିଯାପନ ପାଇଁ ୩୫୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୬୦୦୦ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ରହିଛି । ଯାହା ବଡ଼ବଡ଼ିଆ ପର୍ଯ୍ୟଟକଙ୍କୁ ସୁହାଉଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୩ ତାରିଖରୁ ବନ୍ଦ ଥିବା ଭିତରକନିକା ଗତକାଲି ୭ ମାସପରେ ଖୋଲିଥିଲେ ମଧ୍ୟ ପର୍ଯ୍ୟଟକ ମାନେ ଏଥିରୁ ସେତେଟା ଫାଇଦା ଉଠାଇ ପାରିବେନି ବୋଲି ସ୍ଥାନୀୟ ପରିବେଶବିତ୍ ମତ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ