Masthead

ମିଳୁଛି ମୁଣ୍ଡ ବିହୀନ ଶବର ଖିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଘାଟିକିଆ ‘ମୁଣ୍ଡବିହୀନ ଶବ’ର ମିଳୁଛି ଖିଅ । ମୃତ ମହିଳା ଜଣକ ଯାଜପୁର ଜିଲ୍ଲା ରମ୍ପା ପଂଚାୟତ ସୁନାମୁହିଁ ଗାଁର ଜଣେ ଠିକାଦାରଙ୍କ ଡ୍ରାଇଭରର ସ୍ତ୍ରୀ ବୋଲି  ଚର୍ଚ୍ଚା ହେଉଛି । ବରୀ ବ୍ଲକ ଅଟିରା ପଂଚାୟତ ବକ୍ସିପାଟଣା ଅନିରୁଦ୍ଧ ଦାସଙ୍କ ଘରେ ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ସହ ରହୁଥିଲେ । ମହିଳାଙ୍କ ସ୍ୱାମୀ ରମ୍ପା ପଂଚାୟତ ସୁନାମୁହିଁ ଗାଁର ଶିବ ମହାନ୍ତିଙ୍କ ଡ୍ରାଇଭର ଭାବେ କାମ କରୁଥିଲେ ।

ଘଟଣା ଦିନ ସମ୍ପୃକ୍ତ ଠିକାଦାର ଉଭୟଙ୍କୁ ନେବାକୁ ଆସିଥିଲେ । ଘଟଣାସ୍ଥଳରୁ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ । ମାତ୍ର ସମ୍ପୃକ୍ତ ମହିଳାଙ୍କୁ ଠିକାଦାର ନେଇଯାଇଥିଲେ । ପୋଲିସ ଦର୍ଶାଇଥିବା ଫଟୋର ଶାଢୀ ମହିଳା ଘଟଣା ଦିନ ପିନ୍ଧିଥିଲେ ବୋଲି କହିଛନ୍ତି ଗାଁ ଲୋକେ । ତାଙ୍କ ହାତରେ ଥିବା ଟାଟୁକୁ ମଧ୍ୟ ସ୍ଥାନୀୟ ମହିଳାମାନେ ଦେଖିଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ