Masthead

ଆଫଗାନରେ ଫସି ରହିଥିବା ବିଦେଶୀଙ୍କ ପାଇଁ ବଡ ଖବର

କାବୁଲ(ବଡ଼ ଖବର ବ୍ୟୁରୋ):    ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିବା ପରେ ଆଜି ଏକ ବଡ ସୂଚନା ଦେଇଛି । ତାଲିବାନ ଆତଙ୍କରେ ଆଫଗାନିସ୍ତାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ ଖୁସି ଖବର । ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ଯିବାକୁ ଅନୁମତି ଦେଇଛି ତାଲିବାନର ଅସ୍ଥାୟୀ ସରକାର । ବିଦେଶୀ ଏୟାରଲିଫ୍ଟକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ତେବେ ସେ କହିଛନ୍ତି ଯେ ଆଫଗାନରେ ଫସି ରହିଥିବା ୨୦୦ରୁ ଅଧିକ ବିଦେଶୀ ନାଗରିକମାନଙ୍କୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ । ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ଏପଟେ କାବୁଲ ଏୟାରପୋର୍ଟରେ ଆସନ୍ତା ୩ଦିନ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପରେ ବିଦେଶକୁ ପ୍ରଥମ ବିମାନ ଉଡିବା ନେଇ ଆଶା ରଖାଯାଉଛି । କେବଳ ବିଦେଶୀ ନାଗରିକଙ୍କୁ ଆଫଗାନ ଛାଡିବାକୁ ତାଲିବାନ ଅନୁମତି ଦେଇଛି । ହେଲେ ଏବେବି ତାଲିବାନ ଆତଙ୍କ ଭୟରେ ଅନେକ ଆଫଗାନି ନାଗରିକ ଦେଶ ଛାଡବା ପାଇଁ ବ୍ୟାକୁଳ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ