ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ-ପାଣ୍ଡିଆନ ଯୋଡିକୁ ନାହିଁ କ୍ଷମା ! ଓଡ଼ିଶା ରାଜନୀତିରେ ମାଟିରେ ମିଶିବାକୁ ଯାଉଛି କି ଆଞ୍ଚଳିକ ଦଳ ବିଜେଡି? ଅଣ ଓଡ଼ିଆ ବାବୁ ତଥା କଥା କଥିତ ନେତା ଭୈରବ କାତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ବିଜେଡି ପାଇଯିବ ଲୋପ୍ । ରାଜ୍ୟରୁ ଦଳ ସତ୍ତା ହରାଇଛି, ହେଲେ ଆଜି ବି ଯାଇନି ବାବୁ ପ୍ରେମ । ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ନିଜର କ୍ଷମତା ଜାହିର କରି ଆସୁଥିବା ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଏବେ କିନ୍ତୁ କ୍ଷମତାରୁ ବାହାରେ । ତାଙ୍କୁ ରାଜନୈତିକ ଜୀବନରେ ପରାଜୟ ବରଣ କରିବାକୁ ପଡିଛି । ନିଜେ ନେଇଥିବା ନିଜ ଭୁଲ ନିଷ୍ପତ୍ତି ପାଇଁ ଭୋଗିବାକୁ ପଡିଛି ଏହି ଦଶା । ଯାହା ପାଇଁ ଗାଦିଚୁତ୍ୟ ହୋଇଛନ୍ତି ନବୀନ । ନେତାଙ୍କୁ ପାଖରୁ ହଟାଇ ଅଫିସରଙ୍କୁ ଭରଷାକୁ ନେଇ ପଞ୍ଚମ ପାଳି ସରକାର ଗଢିବା ସହ ନିଜେ ରେକର୍ଡ ଭାଙ୍ଗିବାର ଲକ୍ଷ ରଖିଥିଲେ । ହେଲେ ତାହା ତାଙ୍କ ପାଇଁ ସାଜିଲା କାଳ ।

ଦଳ ତ ସତ୍ତାରୁ ଗଲା ଗଲା ଆଉ ନିଜ ଦେହରେ ଲାଗିଲା ଛିଟା । ଆଉ ଯାହାକୁ ଗଢି ତୋଳିଥିଲେ ସେ ହିଁ ଦେଇଦେଲା ପାନେ । ନେତାଙ୍କୁ ବି ଅଣ ଓଡ଼ିଆ ବାବୁଙ୍କ ହାତରେ ଟେକିଦେଇଥିଲେ ନବୀନ । ପାଣ୍ଡିଆନଙ୍କ ପ୍ରେମରେ ଏତେ ଯେ ଉବୁଟୁବୁ ହେଲେ ଶେଷରେ ଭାସିଗଲେ ନବୀନ । ଆଉ ନିଜେ ତ ଚାରିପାଞିରୁ ଗଲେ ତାହା ସହ ନେତାଙ୍କୁ ବି ଭସାଇ ଦେଲେ । ଖାଲି ସେତିକି ନୁହେଁ ତାଙ୍କୁ ବନାଇ ଦେଲେ ବିଜେଡିର ସର୍ବେସର୍ବା । ଯାହା ପାଇଁ ତାଙ୍କ ହଁରେ ହଁ କହିବାକୁ ବାଧ୍ୟ ହେଉଥିଲେ ଦଳୀୟ ନେତା । ଟିକେଟ ବଣ୍ଟା ଠାରୁ ନେଇ ନେତା ଚୟନ ପାଇଁ ନିଜ ଇଛାରେ କରୁଥିଲେ ଭୈ÷ରବ । ନବୀନ ବାବୁଙ୍କୁ ଢାଲ ବନାଇ ନେଉଥିଲେ ନଷ୍ପତ୍ତି । ଯାହା ପାଇଁ ନେଉଥିଲେ ବାହାବାହା । ହେଲେ ସବୁ ସରିଗଲା । ହାତରୁ ଖସିଗଲା ଚାଞ୍ଚ । ଆଉ ଆସା ବନିଗଲା ନିରାଶ ।

କ୍ଷମତାର ଅନ୍ଧରେ ନିଜକୁ ବୁଡାଇ ରଖି ସମସ୍ତଙ୍କୁ ଦେଖାଇ ଚାଲୁଥିଲେ ନିଚ । ଏବେ କିନ୍ତୁ ଭୋଗିବେ ନିଜ କଲା କର୍ମର ଫଳ । ଯେଶାକୁ ତେଶା ନିତୀ ଆପଣଇବା ଆରମ୍ଭ କରିଦେଲେଣି ନେତା । ହେଲେ ନବୀନଙ୍କ ପାଇଁ ଏବେ ବି ପାଣ୍ଡିଆନଙ୍କ ଫାଶରେ ବନ୍ଧି ହୋଇ ରହିଛନ୍ତି ବିଜେଡି ନେତା । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହେବାରେ ଲାଗିଲାଣି କି ବିଜେଡିକୁ କବଜା କରି ରଖିଛନ୍ତି ଭୈରବ ପାଣ୍ଡିଆନ । ନବୀନଙ୍କୁ ବନ୍ଧନ ରଖି ନେଉଛନ୍ତି ତାଙ୍କର ଫାଇଦା । ଯାହା ଏବେ ରାଜ୍ୟବ୍ୟାପୀ ଥିବା ବିଜେଡି ସର୍ମଥକଙ୍କ ଭିତରେ ଅସନ୍ତୋଷ ଜାତ ହେବାରେ ଲାଗିଲାଣି । ଯାହା ପାଇଁ ବିଜେଡିକୁ କ୍ଷତି ହେବାରେ ଲାଗିଛି । ଆଉ ଦିନ ଆସିବ ବିଜେଡି ବି ହୋଇଯିବ ମୂଳପୋଛ । ହାତ ଛାଡିବେ କର୍ମୀ, କର୍ମର ଫଳ ଭୋଗିବେ ନବୀନ-ପାଣ୍ଡିଆନ ଯୋଡି ।

Leave a Reply

Your email address will not be published. Required fields are marked *