Masthead

ଦୃଷ୍ଟିବାଧିତ ହୋଇ ମଧ୍ୟ ମେକାନିକ୍ ସାଜିଛନ୍ତି ସୁରେଶ, ସଜାଡ଼ୁଛନ୍ତି ବୈଦୁତିକ ଉପକରଣ

ତାମିଲନାଡ଼ୁ(ବଡ଼ ଖବର ବ୍ୟୁରୋ): ବୟସ ୩୨ ବର୍ଷ । ନାଁ ସୁରେଶ କୁମାର । ତାମିଲନାଡ଼ୁର କୋଏମ୍ବାଟୁରରେ ରହିଛି ତାଙ୍କର ଦୋକାନ । ଯେଉଁଠି ସେ ଫ୍ୟାନ, ୱାଶିଂ ମେସିନ, ଫ୍ରିଜ, ଏଲପିଜି ଚୁଲା ପରି ଇଲେକ୍ଟି୍ରକାଲ ଉପକରଣ ଗୁଡିକର ମରାମତି କରନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୁରେଶ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ । ଆଖିରେ ଦେଖି ନ ପାରିଲେ ବି ସେ ସବୁ ଦେଖିଲା ପରି ଇଲେକ୍ଟିକ୍ ଜିନିଷ ଗୁଡ଼ିକର ମରାମତି କରନ୍ତି । କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ସାଧାରଣତଃ ବିଜୁଳି ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ହେଲେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଏବଂ ବିନା ଦେଖି ଏଥିରେ କାମ କରିବା ନିଶ୍ଚିତ ଆଶ୍ଚର୍ଯ୍ୟର କଥା । କେବଳ ହାତ ବାରି ବାରି ଓ ଉପକରଣରୁ ବାହାରୁଥିବା ଶବ୍ଦକୁ ଶୁଣି କରିଥାନ୍ତି କାମ ।

ତେବେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା । ସେ ଯେତେବେଳେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ସେତେବେବେଳ ଲୋକେ ତାଙ୍କ ଉପରେ ଭରଷା ଜୁଟାଇ ପାରୁନଥିଲେ । ମାତ୍ର କିଛି ପରିମାଣର କାମ ଦେଉଥିଲେ । କିନ୍ତୁ ଯେତେବେଳେ ତାଙ୍କ କାମ ଲୋକଙ୍କୁ ପସନ୍ଦ ଆସିଲା, ସେତେବେଳେ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । ଏବେ ତାଙ୍କ ପାଖରେ ରହିଛି ଅନେକ କାମ । ସେ ଯେତେବେଳେ ୬ ବର୍ଷର ଥିଲେ, ସେତେବେଳେ ତାଙ୍କୁ ବ୍ରେନ ଫିଭର ହୋଇଥିଲା । ରୋଗାଗ୍ରସ୍ତ ହୋଇ ସେ ହରାଇଲେ ଦୃଷ୍ଟିଶକ୍ତି । ଏବଂ ଧୀରେ ଧୀରେ ପାଲଟିଗଲେ ଦୃଷ୍ଟିବାଧିତ । କିନ୍ତୁ ତାଙ୍କର ଏହି ଅକ୍ଷମତା ପାଇଁ ସେ ଭାଙ୍ଗି ପଡିନଥିଲେ । ବରଂ ଏହାକୁ ଏଡାଇ ଆଗକୁ ଆଗେଇ ଚାଲିଥିଲେ । ଦିବ୍ୟାଙ୍ଗ ହୋଇ ମଧ୍ୟ ବିଦ୍ୟାଙ୍ଗତାକୁ ଖାତିର କରିନଥିଲେ । ଏବଂ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି