Masthead

ବସ୍ ଓ କାରରେ ଅଭିନବ ଭାବେ ଚାଲିଛି ଗୋରୁ ଚାଲାଣ

ସୋର(ବଡ଼ ଖବର ବ୍ୟୁରୋ): ବାରମ୍ବାର ବେଆଇନ ଗୋଚାଲାଣକୁ ଗୋସୁରକ୍ଷା କର୍ମୀ ଓ ବଜରଙ୍ଗ ଦଳ ଏବଂ ପୋଲିସ ଚଢ଼ାଉ କରୁଥିବା ବେଳେ ଗୋ ମାଫିଆ ମାନେ ଅଭିନଵ ଉପାୟରେ ଗୋଚାଲାଣ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ବସ ଓ ଇନୋଭା ଭିତରେ ଗୋରୁ ଚାଲାଣ ହେଉଥିବା ବେଳେ ଗୋସୁରକ୍ଷା କର୍ମୀ ଓ ବଜରଙ୍ଗ ଦଳର କର୍ମୀ ଖବର ପାଇ ବସ ଓ ଇନୋଭାଟିକୁ ଅଟକାଇଥିଲେ ।

ସେଥିରେ ଗୋରୁ ଚଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବସ ଓ ଇନୋଭାକୁ ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ଇନୋଭାରେ ୬ ଟି ଓ ବସରେ ୩୦ ଟି ଗୋରୁ ଚାଲାଣ ହେଉଥିବା ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି