Before Header

ଅଭାବୀ ବର୍ଷା

0 32

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏ ବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ହୋଇଛି । ୧୨୦ ବର୍ଷରେ ୬ଥର ପାଇଁ ଏଭଳି ଅଭାବୀ ବର୍ଷା ରାଜ୍ୟରେ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ଚଳିତ ବର୍ଷ ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୬୬୧,୧ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ତେବେ ୧୯୨୪ରେ ୬୩୬.୨ମିମି, ୧୯୫୪ରେ ୬୪୬.୮ମିମି,୧୯୭୪ରେ ୬୫୮.୭ମିମି, ୧୯୮୭ରେ ୬୪୧,୪ମିମି ଏବଂ ୧୯୯୮ରେ ଶେଷଥର ପାଇଁ ୬୫୭.୫ମିମି ବର୍ଷା ରେକର୍ଡ କରାଯାଇଥିଲା ।

ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ କେବଳ ୬ ଟି ଜିଲ୍ଲାରେ ସ୍ୱାଭାବିକ ହୋଇଥିଲା ବେଳେ ବାକି ୨୪ ଜିଳ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଏଥିମଧ୍ୟରୁ ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ଅନୁଗୁଳରେ ସର୍ବାଧିକ ୪୦% ଓ ତା ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ଅଗଷ୍ଟରେ ୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାର ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.