Masthead

ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଚେଲାକୁମାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ସଂଗଠନକୁ ସଜାଡିଵେ । ଭିନ୍ନ ଭିନ୍ନ ଗୋଷ୍ଠୀରେ ଥିଵା କଂଗ୍ରେସ ନେତାଙ୍କୁ ଏକଜୁଟ କରାଇଵେ । କେନ୍ଦ୍ରରେ ଵିଜେପି ଓ ରାଜ୍ୟରେ ବିଜେଡି ସରକାରକୁ କିପରି ଘେରିଵେ ସେନେଇ ରଣନୀତି ପ୍ରସ୍ତୁତ କରିଵେ । ଏଥିପାଇଁ ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପହଞ୍ଚିଛନ୍ତି ନଵନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲା କୁମାର ।

ପ୍ରଭାରୀଙ୍କୁ ପାଖରେ ପାଇ ରାଜ୍ୟ କଂଗ୍ରେସ ଚଳଚଞ୍ଚଳ ହୋଇଉଠିଛି । କଂଗ୍ରେସ ପ୍ରଭାରୀ ଚେଲା କୁମାର ଅପରାହ୍ନରେ ଭୁଵନେଶ୍ଵରରେ ପହଞ୍ଚିଛନ୍ତି । ବୁଧବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ଚେଲାକୁମାରଙ୍କୁ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ଅପରାହ୍ଣରେ ରାଜ୍ୟ କଂଗ୍ରେସର ପୁରୁଖା ନେତା, ପୂର୍ଵତନ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ସନ୍ଧ୍ୟାରେ ବିଧାୟକଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକଦଳ ବୈଠକରେ ଯୋଗଦେବେ ।

ଗୁରୁବାର ସକାଳେ ଅବଶିଷ୍ଟ ବରିଷ୍ଠ କଂଗ୍ରେସ ନେତାଙ୍କୁ ସାକ୍ଷାତ କରିଵା ପରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଗସ୍ତରେ ଯାଇ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଲାଗି ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ଶୁକ୍ରଵାର କଂଗ୍ରେସ ଭବନରେ ରାଜ୍ୟ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରିବେ। ପରେ ରାଜ୍ୟ ଓ ଜିଲ୍ଲା ଛାତ୍ର କଂଗ୍ରେସ, ସେବାଦଳର କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା, ରାଜ୍ୟ ଓ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀଙ୍କୁ ଭେଟି ଆଲୋଚନା କରିବେ । ରାଜ୍ୟ ଆଦିବାସୀ ସେଲ୍‌ ସଭାପତି, ସଂଖ୍ୟାଲଘୁ ସଭାପତି, ପଛୁଆବର୍ଗ ବିଭାଗ ସଭାପତିଙ୍କ ସହିତ ମଧ୍ୟ ଆଲୋଚନା କରିବେ ଚେଲାକୁମାର।

ପ୍ରଭାରୀ ଚେଲାକୁମାର ଅପରାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଅକ୍ଟୋଵର ୧୦ ତାରିଖରେ ବାଲେଶ୍ୱର ଗସ୍ତରେ ଯାଇ କିଷାନ ବଞ୍ଚାଓ ଶୋଭାଯାତ୍ରା ଓ ସଭାରେ ଯୋଗଦେବେ। ପରେ ବାଲେଶ୍ୱର ସଦର ଉପନିର୍ବାଚନ ବୈଠକରେ ଯୋଗଦେଇ ସେଠାରୁ ଭୁବନେଶ୍ୱର ଫେରିବେ। ଅକ୍ଟୋଵର ୧୧ ତାରିଖ ସକାଳେ ପ୍ରଭାରୀ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି। ଵିରୋଧୀଙ୍କ ପ୍ରତି କଂଗ୍ରସ ପ୍ରଭାରୀ ଚେଲାକୁମାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ସାମ୍ଵାଦିକ ସମ୍ମେଳନୀରେ ସ୍ପଷ୍ଟ ହେଵ । ସେପଟେ ତିର୍ତ୍ତୋଲ ଓ ଵାଲେଶ୍ଵର ସଦର ଉପ ନିର୍ଵାଚନରେ ଚେଲାକୁମାରଙ୍କ ରଣନୀତି କିଭଳି ରହିଵ ତାହା ଦେଖିଵାକୁ କଂଗ୍ରେସ ନେତା ଓ କର୍ମୀ ଚାତକ ଭଳି ଅନେଇ ରହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି