Masthead

ସଲମାନଙ୍କୁ ଯାଞ୍ଚ କରିଥିବା CISFଙ୍କ ମୋବାଇଲ ଜବତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ଅଡ଼ୁଆରେ ସିଆଇଏସଏଫ ସୋମନାଥ ମହାନ୍ତି । କିଛି ଦିନ ତଳେ ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇ ଚର୍ଚ୍ଚାରେ ଥିଲେ ସିଆଇଏସଏଫ ସୋମନାଥ ମହାନ୍ତି। ଟାଇଗର-ଥ୍ରୀ ଫିଲ୍ମ ସୁଟିଂ ପାଇଁ ସଲମାନ ବିଦେଶକୁ ଯାଉଥିବାବେଳେ ସୋମନାଥ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଥିଲେ। ସଲମାନଙ୍କୁ ଯାଞ୍ଚର ସାମନା କରିବାକୁ କହିଥିଲେ ସୋମନାଥ। ସମସ୍ତ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ଏ ଘଟଣା ସଂପର୍କରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା ।

ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ପାଇଁ ଅଡୁଆ ବଢିଛି । ସିଆଇଏସଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସଏଫ୍ କହିଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି କଥା ହୋଇ ନପାରିବେ, ସେଥିଲାଗି ତାଙ୍କ ମୋବାଇଲ ନିଆଯାଇଛି ବୋଲି ସିଆଇଏସଏଫ୍ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ