ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମାର୍ଚ୍ଚ ୧୧ । ଓଡ଼ିଆ ଭାଷାକୁ ଶସ୍ତ୍ରୀୟ ମାନ୍ୟତାକୁ ପୂରୁଛି ୭ ବର୍ଷ । ଦେଶର ଷଷ୍ଠ ଭାଷା ଭାବେ ଏହି ଉତ୍କର୍ଷତା ହାସଲ କରିଥିଲା ଓଡ଼ିଶା । ସମ୍ବିଧାନରେ ୬ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ସେଗୁଡ଼ିିକ ହେଲା ତାମିଲ, ସଂସ୍କୃତ, କନ୍ନଡ଼, ତେଲଗୁ , ମାଲାୟାଲାମ ଓ ଓଡ଼ିଆ । ଓଡ଼ିଆ ଭାଷାକୁ ୨୦୧୪ରେ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ସେହିପରି ତାମିଲକୁ ୨୦୦୪, ସଂସ୍କୃତ ୨୦୦୫ କନ୍ନଡ଼ ୨୦୦୮, ତେଲଗୁ ୨୦୦୮, ମାଲାୟାଲାମ ଭାଷାକୁ ୨୦୧୩ରେ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।
ଏ ଅବସରରେ ଭୁବନେଶ୍ୱର ସ୍କୃତି ଭବନର ସମ୍ମିଳନୀ କକ୍ଷରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଆଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ସମାରୋହରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ଓଡ଼ିଆ ଭାଷାର ବିକାଶ ସହ ଗୌରବ ବୃଦ୍ଧି ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମ ଭାଷାର ସୁରକ୍ଷା ଓ ଏହାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାର ବହୁଳ ବ୍ୟବହାରଠାରୁ ଆରମ୍ଭ କରି ଓଡ଼ିଆ ବିଶ୍ଵ ବିଦ୍ୟାଳୟ ଏବଂ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପନ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି। pic.twitter.com/EyWxcLR31s
— CMO Odisha (@CMO_Odisha) March 11, 2021
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭାଷାର ବିକାଶ ସହ ଗୌରବ ବୃଦ୍ଧି ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମ ଭାଷର ସୁରକ୍ଷା ଓ ଏହାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଠାରୁ ଆରମ୍ଭ କରି ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଏବଂ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପନ ଭଳି ବଳିଷ୍ଠ ପଦକ୍ଷେପ ନିଆଯିବ ।