Masthead

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ବାତ୍ୟା ଦାନାରେ କେତେ କ୍ଷୟକ୍ଷତି କରିଛି ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ। ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ।

ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଦାନା ପରବର୍ତ୍ତୀ ସ୍ଥିତି ମୁକାବିଲା ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳରେ ଆଶ୍ରୟ ସ୍ଥଳୀରେ ଆଉ ୭ ଦିନ ରହିପାରିବେ ଲୋକେ। ପ୍ରଭାବିତ ଅଞ୍ଚଳରେ ଏବେ ପାଣି ଜମିଛି, ଘର ଭାଙ୍ଗିଛି, ତେଣୁ ଲୋକେ ଆଶ୍ରୟସ୍ଥଳୀରେ ରହିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତା’ପୂର୍ବରୁ ଆଜି ନିଜେ ଗ୍ରାଉଣ୍ଡକୁ ଓହ୍ଲାଇ ଆକାଶମାର୍ଗକୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବିଜୁଳି ସେବା ଆଜି ଅପରାହ୍ଣ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ ବାତ୍ୟା ‘ଦାନା’ ଯିବା ପରେ କିଛି ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବାଦଲଫଟା ବର୍ଷା । ବୁଢ଼ାବଳଙ୍ଗ ନଦୀରେ ବଢିଛି ଜଳସ୍ତର । ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ବି ବାଦଲଫଟା ବର୍ଷା ପ୍ରଭାବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ